ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ଫୁଲବାଣୀ,ଏନ୍ଏନ୍ଏସ୍: ସରକାରୀ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ସରକାରୀ ମେଡିକାଲ କଲେଜ ଓ ଇଞ୍ଜନିୟରିଂ କଲେଜରେ ପ୍ରବେଶ ପାଇଁ ମିଳିବ ସ୍ୱତନ୍ତ୍ର ସଂରକ୍ଷଣ। ରାଜ୍ୟ ସରକାର ନେଇଥିବା ଏହି ନିଷ୍ପତ୍ତିକୁ ଜିଲ୍ଲା ଯୁବ ବିଜେଡି ପକ୍ଷରୁ ସ୍ୱାଗତ କରାଯାଇଛି । ମଙ୍ଗଳବାର ସଂନ୍ଧ୍ୟାରେ ଫୁଲବାଣୀ ବିଜୁ ପଟ୍ଟନାୟକ ଛକଠାରେ ଯୁବ ବିଜେଡି ନେତା ଓ କର୍ମୀମାନେ ଏକାଠି ହୋଇ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ।

ସେହିଭଳି ଛାତ୍ର ବିଜେଡ଼ି ପକ୍ଷରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କୃତଜ୍ଞତା ଦେବା ଉଦ୍ଦେଶ୍ୟରେ ସ୍ଥାନୀୟ ଏଜେଓ ହାଇସ୍କୁଲ ନିକଟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କନ୍ଧମାଳ ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ସୁନୀଲ୍ ସେଠୀଙ୍କ ନେତୃତ୍ୱରେ ଗଣେଶ ସେନାପତି, ସନ୍ଦୀପ କୁମାର ମହାନ୍ତି, ଦେବାଶିଷ ବେହେରା , ଅନୀଲ ବେହେରା, ପ୍ରବୀଣ କୁମାର ବେହେରା, ବିରଜା ବଗର୍ତ୍ତୀ, ମାମୁନି ବିଶ୍ୱାଳ ପ୍ରମୁଖଙ୍କ ସହ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।