ଭୁବନେଶ୍ବର,ଏନ୍ଏନ୍ଏସ୍: ଜାଲ୍ ଦିବ୍ୟାଙ୍ଗ ସାର୍ଟିଫିକେଟ ମାମଲାରେ ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ୮ ଜଣ ଛାତ୍ରଛାତ୍ରୀଙ୍କ ନାମଲେଖା ବାତିଲ ହୋଇଛି। ଯାଞ୍ଚ ବେଳେ ଏହିସବୁ ଛାତ୍ରଛାତ୍ରୀ ନକଲି ସାର୍ଟିଫିକେଟ ଦେଖାଇ ନାମ ଲେଖାଇଥିବା ଜଣାପଡ଼ିଥିଲା। ଏହାପରେ ସେମାନଙ୍କ ନାମଲେଖାକୁ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚ ଶିକ୍ଷା ବିଭାଗ।
ଏହି ୮ ଜଣ ଛାତ୍ରଛାତ୍ରୀ ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟରେ ନାମ ଲେଖାଇଥିଲେ। ୨୦୧୯-୨୦, ୨୦୨୦-୨୧, ୨୦୨୧-୨୨ ଶିକ୍ଷା ବର୍ଷରେ ଆଡମିସନ୍ ନେଇଥିଲେ ଛାତ୍ରଛାତ୍ରୀ। ସେମାନେ ଏହି ନାମଲେଖା ସମୟରେ ନକଲି ପିଡବ୍ଲୁଡି ସାର୍ଟିଫିକେଟ୍ ଦେଖାଇ ଆଡମିଶନ କରିଥିଲେ। ସେହି ମାନଙ୍କର ନାମଲେଖାକୁ ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ନାମଲେଖା ବାତିଲ କରିବା ପରେ SAMS ପୋର୍ଟାଲରୁ ସେମାନଙ୍କ ନାମ ଗୁଡ଼ିକ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।