କ୍ରୋଏସିଆରେ ଶକ୍ତିଶାଳୀ ଭୂମିକମ୍ପ

ଜାଗ୍ରେବ୍,ଏଜେନ୍ସି: କ୍ରୋଏସିଆରେ ମଙ୍ଗଳବାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ରହିଥିବା ଜଣାପଡିଛି। ଏହା ଏତେ ଭୟଙ୍କର ଥିଲା ଯେ ରାଜଧାନୀ ଜାଗ୍ରେବ୍ଠାରୁ ୫୦ କିମି ଦୂରରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇଥିଲା। ପ୍ରକୃତ କ୍ଷୟକ୍ଷତିର ସୂଚନା ମିଳିନଥିବାବେଳେ ଭୂମିକମ୍ପରେ ଏକାଧିକ କୋଠାଘର ଧୂଳିସାତ୍ ହେବାସହିତ ଯାନବାହନର ପ୍ରଭୂତ କ୍ଷତି ଘଟିଛି।