ଆସନ୍ତାକାଲି ସକାଳ ୬ରୁ ସଂଧ୍ୟା ୬ ବନ୍ଦ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଶୁକ୍ରବାର ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ଝାରସୁଗୁଡ଼ରେ ବନ୍ଦ ପାଳନ କରିବ ଝାରସୁଗୁଡା ବ୍ୟବସାୟୀ ସଙ୍ଘ । ଏହି ବନ୍ଦ ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ବାଦ ଦେଇ ଅନ୍ୟ ସମସ୍ତ ଦୋକାନ ବଜାର ତଥା ଯାନ ବାହାନ ଚଳାଚଳ ବନ୍ଦ କରାଯିବ। ସେହିପରି କେବଳ ୨ ଚକିଆ ଓ ତିନି ଚକିଆ ଯାନବାହାନ, ଅତ୍ୟାବଶ୍ୟକୀୟ ଯାନବାହନ ବ୍ୟତୀତ ଅନ୍ୟ ସମସ୍ତ ଯାନବାହନ ଚଳାଚଳରେ ରୋକ ଲଗାଯିବ ବୋଲି ଝାରସୁଗୁଡା ବ୍ୟବସାୟୀ ସଙ୍ଘ ପକ୍ଷରୁ କୁହାଯାଇଛି। ବ୍ୟବସାୟୀମାନଙ୍କ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ସେମାନେ ସରକାରଙ୍କୁ ପୈଠ କରୁଥିବା ଟିକସ ଦେଶର ଅର୍ଥନିତୀରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ। ହେଲେ ସରକାର ଜିଏସଟି ଆଇନକୁ ଜଟିଳ କରି ବ୍ୟବସାୟୀଙ୍କ ପ୍ରତି ମାରଣନିତୀ ଆପଣେଇଛନ୍ତି। ଜିଏସଟି ଆଇନ ଜଟିଳ ହେଲେ ବ୍ୟବସାୟ କରିବା ସମ୍ଭବ ନୁହେଁ। ତେଣୁ ସରକରାଙ୍କ ପକ୍ଷରୁ ଲାଗୁ କରାଯାଉଥିବା ଜଟିଳ ଜିଏସଟି ଆଇନକୁ ବିରୋଧ କରି ଏହି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯିବ ବୋଲି ଝାରସୁଗୁଡା ବ୍ୟବସାୟୀ ସଙ୍ଘ ପକ୍ଷରୁ କୁହାଯାଇଛି।