ରୁରାଲ ୟୁନିଭରସିଟି ମାନ୍ୟତାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ପଞ୍ଚାୟତ କଲେଜ ଛାତ୍ରଛାତ୍ରୀ ସୋମବାର ପଞ୍ଚାୟତ କଲେଜକୁ ରୁରାଲ ୟୁନିଭରସିଟି ମାନ୍ୟତା ପ୍ରଦାନ ସହ ୧୪ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଏହି ୧୪ ଦଫା ଦାବିରେ ୬୦ଦଶକରେ ଆରମ୍ଭ ହୋଇଥିବା କଲେଜରେ ଆବଶ୍ୟକ ଶିକ୍ଷକ ନାହାନ୍ତି, କଲେଜକୁ ରୁରାଲ ୟୁନିଭରସିଟି  ମାନ୍ୟତା ପ୍ରଦାନ, ଲାଇବ୍ରେରୀ ନୂଆ ବହି ଯୋଗାଇବା, କମ୍ପ୍ୟୁଟର ସାଇନ୍ସର କୋର୍ସ ଫି କମାଇବା, ବିଇଡି ସିଟ୍ ବୃଦ୍ଧି କରାଯାଇ ସ୍ଥାନୀୟ ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଦେବା, ହଷ୍ଟେଲ ତଥା କଲେଜରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ପ୍ରଭୃତି ଦାବି ହୋଇଛି। ଏ ସମ୍ପର୍କରେ ପୂର୍ବରୁ ଛାତ୍ରଛାତ୍ରୀମାନେ ସ୍ଥାନୀୟ ବିଧାୟକଙ୍କୁ ଅବଗତ କରାଇଥିଲେ ହେଁ ଏଥିପ୍ରତି କେହି ଦୃଷ୍ଟି ଦେଇନଥିଲେ। ଫଳରେ ଛାତ୍ରଛାତ୍ରୀମାନେ ସୋମବାର କଲେଜ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି। ତେବେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି।