କେନ୍ଦୁଝର,ଏନ୍ଏନ୍ଏସ୍: ନବନିର୍ମାଣ କୃଷକ ସଂଗଠନ କେନ୍ଦୁଝର ଶାଖା ପକ୍ଷରୁ ସୋମବାର ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ତେବେ କାଳିଆ ଯୋଜନା ମାଧ୍ୟମରେ ଚାଷୀଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ଲେଖାଏଁ ଦେବେବୋଲି ପ୍ରତିଶୃତି ଦେଇ ୭୦ ଲକ୍ଷ ଚାଷୀଙ୍କୁ ଠକିଥିବା ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି। ଏ ନେଇ ଏସପି ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି।
ଏଥିରେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ଉପଦେଷ୍ଟା ଡ. କୁଳମଣି ବାରିକ, ଜିଲ୍ଲା ସଂଯୋଜକ ଲକ୍ଷ୍ମୀଧର ପ୍ରଧାନ, ସହସଂଯୋଜକ ବିଲାସିନୀ ମହାନ୍ତ, ଖଗେଶ୍ୱର ମହାନ୍ତ, ଶ୍ୟାମସୁନ୍ଦର ମହାନ୍ତ, ରାଜବଲ୍ଲଭ ମିଶ୍ର, ଗଣେଶ୍ୱର ପାତ୍ର ପ୍ରମୁଖଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ପ୍ରଦର୍ଶନ ହୋଇଛି।