ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡିଶା ମୋଟର ଚାଳକ ସଂଘ ପକ୍ଷରୁ ଭୁବନେଶ୍ୱର ବରମୁଣ୍ଡା ବସ ଷ୍ଟାଣ୍ଡରେ ବସ ଚାଳକମାନେ ୩ ଦଫା ଦାବି ନେଇ ଧାରଣାରେ ବସିଛନ୍ତି। ଏଥିରେ ୩ ମାସର କ୍ଷତିପୂରଣ, ୫୦ ଲକ୍ଷ ଟଙ୍କାର ବୀମା କଲ୍ୟାଣ ପାଣ୍ଠି, ଶ୍ରମ ବିଭାଗ ଏବଂ ପରିବହନ କର୍ମଚାରୀ ମାନ୍ୟତା ଦାବିକୁ ନେଇ ଧାରଣା ଦିଆଯାଇଛି। ଏହାକୁ ସମର୍ଥନ କରି ଧାରଣାରେ ବସିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ।
ବସ ମାଲିକଙ୍କୁ ସରକାର ସବୁକିଛି ଛାଡ଼ କରୁଛନ୍ତି ହେଲେ ଚାଳକ ଏବଂ ଅନ୍ୟ ବସ କର୍ମଚାରୀଙ୍କୁ ସହାୟତା କ’ଣ ପାଇଁ କରୁନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ସୁରେଶ କୁମାର ରାଉତରାୟ। ଚାଳକ ସଂଘର ଦାବି ପୂରଣ ନହେଲେ ଆଗାମୀ ସମୟରେ ଦୃଢ଼ ପ୍ରତିବାଦ କରିବା ସହ ଜାତୀୟ ରାଜପଥ ଅବରୋଧ କରାଯିବ ବୋଲି ସୁରେଶ କୁମାର ରାଉତରାୟ ଚେତାବନୀ ଦେଇଛନ୍ତି।