ସୁରତରୁ ଗଞ୍ଜାମ ବାହାରିଲା ଚାରୋଟି ବସ୍

ଭୁବନେଶ୍ୱର : ଲକ୍ ଡାଉନ୍ କଟକଣା ପରେ ବିଭିନ୍ନ କାରଖାନା ବନ୍ଦ ହୋଇଯାଇଥିବା ଯୋଗୁଁ ଗୁଜରାଟର ସୁରତ ସହରରେ ରହୁଥିବା ଗଞ୍ଜାମ ଜିଲ୍ଲାର ଲକ୍ଷାଧିକ ଶ୍ରମିକ ବେରୋଜଗାର ହୋଇଯାଇଛନ୍ତି। ଏଥିପାଇଁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ବହୁ ଶ୍ରମିକ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିଲେ। ଏଭଳି ପରିସ୍ଥିତିରେ ଗଞ୍ଜାମ ଜିଲ୍ଲାର କିଛି ଶ୍ରମିକ ନିଜ ଖର୍ଚ୍ଚରେ ୪ଟି ବସରେ ସୁରତରୁ ଭିଟାମାଟିକୁ ଫେରୁଥିବା ଜଣାପଡ଼ିଛି। ଏହି ଶ୍ରମିକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ବ୍ରାହ୍ମଣଛାଇ ଗ୍ରାମର ୪୦ ରୁ ୪୫ ଜଣ ଅଛନ୍ତି। ସୁରତ୍ ହାଉସିଂ ଓ ଗଣେଶନଗର ଇଲାକାରୁ ୪ଟି ବସରେ ଶ୍ରମିକମାନେ ମାସ୍କ୍ ଓ ଗ୍ଲୋବ୍ସ ପିନ୍ଧି ବସରେ ଆସୁଛନ୍ତି। ସମସ୍ତେ କା୍ୱରେଣ୍ଟାଇନରେ ରହିବେ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି। ସରକାରୀ ନିୟମ ଅନୁସାରେ ସମସ୍ତଙ୍କୁ ୧୪ ପାଇଁ ହୋମ କ୍ୱାରେଣ୍ଟାଇନରେ ରଖାଯିବ। ମେଡିକାଲ୍ ଟିମ୍ ନିଷ୍ପତି ଅନୁସାରେ ପରବର୍ତୀ ପଦକ୍ଷେପ ନିଆଯିବ।