ଷ୍ଟୋଭ ଫାଟି ଯୁବତୀ ଗୁରୁତର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବେହେରାମାଲ ତେଲିପଡ଼ା ଅଞ୍ଚଳରେ ଷ୍ଟୋଭ ଫାଟିଯିବାରୁ ଜଣେ ଯୁବତୀ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଯୁବତୀ ଜଣକ ହେଲେ ବେଲପାହାଡ଼ ଅଞ୍ଚଳର ସୁସ୍ମିତା ପୁରହୋଲେ(୧୮) ସେ ବେହେରାମାଲ ଅଞ୍ଚଳରେ ତାଙ୍କ ପରିବାର ସହ ଏକ ଭଡ଼ାଘରେ ରହୁଥିଲେ।
ମିଳିଥିବା ସୂଚନାନୁଯାୟୀ, ଯୁବତୀ ଜଣକ ପୂର୍ବାହ୍ଣରେ ରୋଷେଇ କରୁଥିବା ସମୟରେ ଷ୍ଟୋଭଟି ଫାଟି ତାଙ୍କ ଦେହରେ କିରୋସିନ ଛିଟା ପଡ଼ିବା ଶରୀରର ଅଧିକାଂଶ ଭାଗ ପୋଡ଼ିଯାଇଛି। ଏହି ସମୟରେ ଘରଲୋକେ ନିଆଁକୁ ଆୟତ୍ତ କରିବା ସହ ଯୁବତୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଅନ୍ୟପଟେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୨ ବର୍ଷ ପୂର୍ବେ କୋଟି କୋଟି ଟଙ୍କା ବିନିଯୋଗରେ ନିର୍ମିତ ହୋଇଥିବାବେଳେ ବର୍ଣ୍ଣ ବିଭାଗ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ ବୋଲି ଅଭିଯୋଗ ହୋଇଛି।