ମୋଟ୍ରୋ ଟ୍ରେନ୍ ପାଇଁ ଗଛକଟା ମାମଲା: ତୁରନ୍ତ ଗଛକଟା ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଆରେ କଲୋନୀରେ ମେଟ୍ରୋ ଟ୍ରେନ ପାଇଁ ଶହେରୁ ଅଧକ ଗଛକଟାକୁ ବିରୋଧ କରି ଛାତ୍ରଛାତ୍ରୀଙ୍କ ପକ୍ଷରୁ ଲେଖାଯାଇଥିବା ଚିଠି ଉପରେ ସୁପ୍ରିମକୋର୍ଟରେ ସୋମବାର ଶୁଣାଣି ହୋଇଛିା ତୁରନ୍ତ ଗଛକଟା ବନ୍ଦ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଗିରଫ ପରିବେଶବିତଙ୍କୁ ତୁରନ୍ତ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି । ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟକୁ ପକ୍ଷଭୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆଉ ଗଛକଟା ଯିବ ନାହିଁ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଅଦାଲତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ପ୍ରକାଶଥାଉକି, ମହାରାଷ୍ଟ୍ର ଆରେ କଲୋନୀରେ ମେଟ୍ରୋ ଟ୍ରେନ ପାଇଁ ଗଛକଟାକୁ ବିଭିନ୍ନ ମହଲରୁ ତୀବ୍ର ବିରୋଧ କରାଯାଇଥିଲ।। ନୋଏଡାର କିଛି ଆଇନ ଛାତ୍ରଛାତ୍ରୀ ରିଷଭ ରାଜନଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟଙ୍କୁ ଚିଠି ଲେଖି ଗଛକଟା ମାମଲାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ । ଏହା ଉପରେ କୋର୍ଟ ଗୁରୁତ୍ୱ ଦେଇ ସୋମବାର ସ୍ୱତନ୍ତ୍ର ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଥିଲା ।