ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ସହରରେ ଗତ କିଛିଦିନ ମଧ୍ୟରେ ବହୁ ସଂଖ୍ୟକ ମୋବାଇଲ ଫୋନ ଚୋରୀ ହୋଇଥିବା ନେଇ ଦେବଗଡ଼ ଥାନାରେ ଏକାଧିକ ଅଭିଯୋଗ ହୋଇଥିଲା। ପରେ ଦେବଗଡ଼ ଥାନା ପୁଲିସ ତଦନ୍ତ କରି ମୋବାଇଲ ଫୋନ ଚୋରି ରାକେଟକୁ ଠାବ କରିବାରେ ସଫଳ ହୋଇଛି। ଏଥିରେ ସମ୍ପୃକ୍ତ ଥିବା ଦେବଗଡ଼ ପୌରାଞ୍ଚଳ ମଠସାହିର ସନ୍ତୋଷ ଘଟୁଆରି ଓ ବିଜୟ ନଗର ଗ୍ରାମର ଦିବ୍ୟ ଶଙ୍କର ଗଡ଼ତିଆକୁ ଗିରଫ କରି ସେମାନଙ୍କଠାରୁ ଚୋରି ମୋବାଇଲ ଫୋନ ଉଦ୍ଧାର କରିଛି। ଏନେଇ ଦେବଗଡ଼ ଆଦର୍ଶ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଏସପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି। ଏଥିସହ ମୋବାଇଲ ଫୋନ ହରାଇଥିବା ବ୍ୟକ୍ତି ବିଶେଷଙ୍କୁ ଉଦ୍ଧାର ହୋଇଥିବା ଫୋନ ହସ୍ତାନ୍ତର କରାଯାଇଛି।