ଦୋକାନରୁ ଚୋରି କରି ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

ପୁରୀ,ଏନ୍ଏନ୍ଏସ୍: ପୁରୀ ଜିଲ୍ଲା ପିପିଲି ବ୍ଲକ ଅନ୍ତର୍ଗତ ସାତଶଙ୍ଖ ବଜାରରୁ ଗତ ରାତିରେ ଏକ ତେଜରାତି ଦୋକାନରୁ ଚୋରି କରି ନିଆଁ ଲଗାଇଦେଇଥିବା ଜଣାପଡ଼ିଛି। ତେବେ ଦୁର୍ବୃତ୍ତମାନେ ଚୋରି କରିବା ପରେ ପ୍ରମାଣ ନଷ୍ଟ କରିବାକୁ ନିଆଁ ଲଗାଇଥିବା ସାଧାରଣରେ ସନ୍ଦେହ ହେଉଛି।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରିରେ କେତେକ ଦୁର୍ବୃତ୍ତ ଦୋକାନରେ ନିଆଁ ଲଗାଇ ପଳାଇଥିଲେ। ତେବେ ନିଆଁର ମାତ୍ରା ଅଧିକ ହେବାରୁ ପାଖ ଦୋକାନୀ ଦେଖି ଉକ୍ତ ଦୋକାନୀ ଜଣଙ୍କୁ ଜଣାଇଥିଲା। ଏଥିସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ଆସି ନିଆଁକୁ ଆୟତ୍ତ କରିଥିଲେ। ତେବେ ଦୋକାନ ଭଙ୍ଗାଯାଇ ସେଠାରୁ ଚୋରି ହୋଇଥିବା ଜଣାପଡ଼ିବା ପରେ ସାତଶଙ୍ଖ ଫାଣ୍ଡିରେ ଅଭିଯୋଗ ହୋଇଛି। ତେବେ ଏହି ଘଟଣାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି। ହୋଇଥିବା ସୂଚନା ମିଳିଛି। ପୁଲିସ ପ୍ରଶାସନର ନିଷ୍କ୍ରିୟତା ଯୋଗୁଁ ପିପିଲି ଅଞ୍ଚଳରେ ଦିନକୁ ଦିନ ଚୋରି ଘଟଣା ବଢ଼ିବାରେ ଲାଗିଥିବା ସାଧାରଣରେ ଚର୍ଚ୍ଚା ହେଉଛି।