ଡ୍ରଗ୍ସ ମାଫିଆ ଶେଖ ରାଜା ଘରେ ଏସଟିଏଫ୍‌ର ଚଢ଼ଉ ଦ୍ୱିତୀୟ ଦିନରେ ୧କୋଟିର ଘର ସିଲ୍

ବାଲେଶ୍ୱର,ଏନ୍ଏନ୍ଏସ୍: ଏସଟିଏଫ୍‌ର ଚଢ଼ଉର ଦ୍ୱିତୀୟ ଦିନରେ ରାଜାର ୧କୋଟିର ଘରକୁ ସିଲ କରାଯାଇଛି। ଆଜି ଏହି ଦ୍ଵିତୀୟ ଦିନରେ ବାଲେଶ୍ୱର ତେଲେଙ୍ଗା ସାହିସ୍ଥିତ ସମ୍ବେଦନା ଆପାର୍ଟମେଣ୍ଟର ୧୬ ନମ୍ବର ଫ୍ଲାଟ୍‌ ଖାନ୍  ତଲାସି ଜାରି ରଖିଛି । ତେବେ ରାଜାର ସମସ୍ତ ସମ୍ପତ୍ତିର ତାଲିକା ପ୍ରସ୍ତୁତ ପରେ ସିଲ୍ କରିବା ପାଇଁ ଏସଟିଏଫ୍ ଡାଇଗ୍ରମ୍ ପ୍ରସ୍ତୁତ କରିଥିବା ସୂଚନା ରହିଛି।

ରବିବାର ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ବିଚାରଗଞ୍ଜ ଫାଣ୍ଡିର ରଞ୍ଜନ କୁମାର ସାହୁଙ୍କୁ ଗତକାଲି ଏସଟିଏଫ୍‌ ଦ୍ୱାରା ଗିରଫ ପରେ  କୋର୍ଟ ଚାଲାଣ କରାଯାଇ ବାଲେଶ୍ୱର ଜେଲକୁୁ ସ୍ଥାନାନ୍ତର କରିବା ପରେ ରବିବାର ଏସଟିଏଫ୍‌ର ୬ଜଣିଆ ଟିମ ଅନ୍ତର୍ଜାତୀୟ ଡ୍ରଗ୍ସ  ମାଫିଆ ସେକ ରାଜାକୁ ସାଙ୍ଗରେ ନେଇ ଅରଡ଼ବଜାର ଅଞ୍ଚଳର ତା’ଘର ଉପରେ ଚଢ଼ଉ କରିଛି। ଗତ ଶନିବାର ରାତିରେଏସଟିଏଫ୍‌ ଟିମ ରାଜାକୁ ଆଣିଥିଲା। ପ୍ରଥମେ ରାଜାକୁ ନେଇ ଜଳେଶ୍ୱର ଠାରେ ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ପରେ ଦିନ ୧୦ ଟା ପରେ ରାଜା ଘରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ତାଙ୍କ ପତ୍ନୀ ଓ ତାଙ୍କ ଶାଶୂକୁ ମଧ୍ୟ ଜେରା କରାଯାଇଥିଲା।

ସୂଚନା ଅନୁସାରେ ରାଜା ଘରୁ ନଗଦ ଟଙ୍କା ସହ ଅନ୍ୟାନ୍ୟ ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ମିଳିଥିବା ଜଣାଯାଇଛି। ଏ ନେଇ ଏସଟିଏଫ୍‌ର ଅତିରିକ୍ତଏସ୍‌ପି ତେଜରାଜ ପଟେଲଙ୍କ କହିବା ଅନୁସାରେ ତଦନ୍ତ ବେଳେ ବହୁତ କିଛି ତଥ୍ୟ ସାମ୍ନାକୁ ଆସିଛି। ବହୁତ ଗୁରୁତ୍ୱପୂର୍ଣ୍ଣ ଡ଼କୁମେଣ୍ଟ  ମଧ୍ୟ ମିଳିଛି। ଏହା ଉପରେ ତଦନ୍ତ କରାଯାଉଛି ବୋଲି କହିଛନ୍ତି। ଏହା ସହ ରାଜାର ଭାଉଜଙ୍କ ଘରେ ମଧ୍ୟ ତଦନ୍ତ କରାଯାଇଛି। ସୂଚନା ଅନୁସାରେ ଡ୍ରଗ୍ସ ମାମଲାରେ ଲିଙ୍କ ଥିବା ନେଇ ଗତ ୧୯ ତାରିଖରେ ରଞ୍ଜନ କୁମାର ସାହୁ ଓ ପ୍ରଦୀପ କୁମାର ଦେଙ୍କୁବାଲେଶ୍ୱର ଏସ୍‌ପି କାର୍ଯ୍ୟରୁ ନିଲମ୍ବନ କରିଥିଲେ। ଗୁପ୍ତ ତଥ୍ୟ ଅନୁସାରେ, ରଞ୍ଜନ କୁମାର ସାହୁର ଆନ୍ତର୍ଜାତୀୟ ବ୍ରାଉନସୁଗର ମାଫିଆ ଶେଖ ରାଜା ସହ ସିଧା ସଳଖ ସମ୍ପର୍କ ରହିଥିଲା। ଫଳରେ ପୁଲିସ ବିଭିନ୍ନ ସମୟରେ ଚଢ଼ଉ କରିଥିଲେ ମଧ୍ୟ ରାଜାକୁ ଗିରଫ କରିବାରେ ସକ୍ଷମ ହୋଇପାରୁନଥିଲା। ଏବେ ରାଜାକୁ ଏସଟିଏଫ୍‌ ଗିରଫ କରିବା ପରେ ତାର ଆନ୍ତର୍ଜାତୀୟ ସମ୍ପର୍କର ଗୁମର ଖୋଲୁଥିବା ବେଳେ ରାଜା ସହ ଥିବା ବିଭିନ୍ନ ଲିଙ୍କ୍‌କୁ ମଧ୍ୟ ଛାନ୍‌ଭିନ୍‌ କରୁଛି ଏସଟିଏଫ୍‌। ପ୍ରାଥମିକ ପର୍ଯ୍ୟାୟରେ ଗତ ଶନିବାର ରଞ୍ଜନଙ୍କୁ ରାଜା ଲିଙ୍କ ନେଇ ଗିରଫ କରାଯାଇଥିବା ବେଳେ ଆଜି ରାଜା ଘରେ ଚଢ଼ଉ ଅନ୍ୟ ପୁଲିସ କର୍ମଚାରୀଙ୍କ ହାତ ଥିବା ସନ୍ଦେହ କରାଯାଉଛି। ତେବେ ଗିରଫ ସଂଖ୍ୟା ବଢ଼ିପାରେ ବୋଲି ସନ୍ଦେହ କରାଯାଉଛି।