ଏସଟିଏଫ୍ ହାତରେ ଡ୍ରଗ୍ସ ମାଫିଆ ରାଜା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଥିବା ଏସ କେ ରାଜା(୨୯)କୁ ସୋମବାର ଏସଟିଏଫ୍ ଚଢ଼ଉ କରି ଗିରଫ କରିଛି।

ଏସଟିଏଫ୍ ରାଜାକୁ ଗିରଫ କରିବା ସହ ତା ନିକଟରୁ ୧୩୦ ଗ୍ରାମର ବ୍ରାଉନ ସୁଗର, ଗୋଟିଏ ବନ୍ଧୁକ, ଗୋଟିଏ କାର, ନଗଦ ୧ ଲକ୍ଷ ଟଙ୍କା, ୬ଟି ମୋବାଇଲ ଫୋନ ଓ ଏଟିଏମ୍ କାର୍ଡ ଜବତ କରିଛି। ଡ୍ରଗ୍ସ କାରବାର କିଙ୍ଗପିନ୍ ରାଜାର ଆନ୍ତର୍ଜାତୀୟ ଡ୍ରଗ୍ସ ବେପାରୀଙ୍କ ସହ ଲିଙ୍କ୍ ଥିବା ଜଣାପଡିଛି।