୩ ବର୍ଷ ଶିଶୁକୁ ତଣ୍ଟିୁଚିପି ହତ୍ୟାକଲା ସାବତ ମାଆ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଲାଖପଦର ଗାଁ’ରେ ଏକ ତିନି ବର୍ଷର ଶିଶୁକନ୍ୟାକୁ ନିଜ ସାବତ ମା’ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଶିଶୁର ନାମ ନନ୍ଦିନୀ ସା। ଗତକାଲି ସନ୍ଧ୍ୟାରେ ନନ୍ଦିନୀ ଖେଳି ସାରି ଘରକୁ ଆସିଥିଲା। ପରେ ତା’ ସାବତ ମା’ ଆଶା ସାହୁ ତାକୁ କୌଣସି କାରଣରୁ ତଣ୍ଟି ଚିପି ମାରି ଦେଇଥିବା ଅଭିଯୋଗ ହୋଇଛି ।
ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ନନ୍ଦିନୀର ମାମୁ ଥାନାରେ ଏତଲା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି । ନନ୍ଦିନୀର ବାପା ଓ ସାବତ ମା’ଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରୁଥିବା ଜଣାଯାଇଛି।