ଏଟିପିର ଫାଇନାଲ ଟାଇଟଲ ଜିତିଲେ ଗ୍ରୀସର ସ୍ଟେଫନୋସ ସିତସିପାସ୍

ଲଣ୍ଡନ,ଏଜେନ୍ସି: ଲଣ୍ଡନ ଠାରେ ଆୟୋଜିତ ଏଟିପି ଟେନିସ ମ୍ୟାଚରେ ଗ୍ରୀସର ସ୍ଟେଫନୋସ ସିତସିପାସ୍ ବିଜୟ ହାସଲ କରିଛନ୍ତି। ରବିବାର ଏହାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିବାବେଳେ ଏହି ମ୍ୟାଚକୁ ୬-୭, ୬-୨ରେ ଜିତିଛନ୍ତି।

ସିତସିପାସ୍ ଏଟିପି ଫାଇନାଲରେ ପ୍ରଥମ ଥର ପହଞ୍ଚି ଏହି ବିଜୟ ହାସଲ କରିଛନ୍ତି। ତେବେ ୬ଥରର ଚାମ୍ପିଅନ ରୋଜର ଫେଡରରଙ୍କୁ ଶନିବାର ସିତସିପାସ୍ ପରାସ୍ତ କରି ବିଜୟ ସୁନିଶ୍ଚିତ କରି ଫାଇନାଲରେ ପ୍ରବେଶ କରିଥିଲେ।