ନବରଙ୍ଗପୁର,ଏନ୍ଏନ୍ଏସ୍: ରାଜ୍ୟସ୍ତରୀୟ ପେଂଚାକ ସିଲାଟ ସେମିନାର ସ୍ଥାନୀୟ ଗାନ୍ଧିନଗରସ୍ଥିତ ଏକ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗଦେଇ ଉଦଘାଟନ କରିଛନ୍ତି । ସ୍ୱାସ୍ଥ୍ୟ ପାଇଁ ପ୍ରତ୍ୟେକଙ୍କୁ କ୍ରୀଡ଼ା ସହ ଜଡ଼ିତ ରହିବା ଉଚିତ ବୋଲି ବିଧାୟକ କହିଥିଲେ । ଏଥିରେ ସମ୍ମାନିତ ଅତିଥିଭାବରେ ପୌରାଧ୍ୟକ୍ଷ କୁନୁ ନାୟକ ଯୋଗଦେଇ ଥିବାବେଳେ ଅନ୍ୟତମ ଅତିଥିଭାବେ ଜିଲ୍ଲା କ୍ରୀଡ଼ା ସଂଘର ସହସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଯୋଗଦେଇ ପେଂଚାକ କ୍ରୀଡ଼ାକୁ ପୁଲିସ କ୍ରୀଡ଼ାରେ ସାମିଲ କରିବା ନେଇ ଆରକ୍ଷୀ ଅଧିକ୍ଷକ ଏସ.ସୁଶ୍ରୀଙ୍କ ସହ ଆଲୋଚନା କରିଥିଲେ । ସଂଘର ଉପଦେଷ୍ଟା ଜଗନ୍ନାଥ ବେହେରା ମଞ୍ଚ ପରିଚାଳନା କରିଥିବାବେଳେ ସଂଘର ସଭାପତି ଦୀପକ ସାହୁ, କୋଷାଧ୍ୟକ୍ଷ ତ୍ରିପତି ବେହେରା ଓ ଲିଙ୍ଗରାଜ ବେହେରା ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ରାଜ୍ୟର ୨୦ଟି ଜିଲ୍ଲାରୁ ସମସ୍ତ ସଂଘର ସମ୍ପାଦକ, କୋଚ, ରେଫେରି ଓ କ୍ରୀଡ଼ା ବିଚାରକ ଯୋଗ ଦେଇଛନ୍ତି । ୨ଦିନ ଧରି ହେବାକୁ ଥିବା ଏହି ସେମିନାରରେ ଆନ୍ତର୍ଜାତିକ ରେଫେରି ଓ କୋଚ ପ୍ରେମସିଂ ଥାପା ଏବଂ ହରିଷ ବେହେରା ପେଂଚାକ ସିଲାଟ କ୍ରୀଡ଼ାର ନୂତନ ଭାବେ ପରିବର୍ତ୍ତନ କରାଯାଇଥିବା ବିଭିନ୍ନ ନିୟମ ଓ ବୈଷୟିକ ଜ୍ଞାନ କୌଶଳ ନେଇ ପ୍ରଶିକ୍ଷଣ ଦେବେ ।