୩ ବର୍ଷ ମଧ୍ୟରେ ୧୦ ହଜାର କୋଟିରୁ ଅଧିକ ଟଙ୍କା ଆଦାୟ କରିଛି ରାଷ୍ଟ୍ରାୟତ ବ୍ୟାଙ୍କ

ନୂଆଦିଲ୍ଲୀ,ଏଜେନ୍ସି: ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକ ଗତ ୩ ବର୍ଷ ମଧ୍ୟରେ ଜାଣିଶୁଣି ଋଣ ପରିଶୋଧ କରୁନଥିବା ଗ୍ରାହକଙ୍କଠାରୁ ୧୦ ହଜାର କୋଟିରୁ ଅଧିକ ଟଙ୍କା ଆଦାୟ କରିଛନ୍ତି। ଏନେଇ ଆଜି ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଘରୋଇ ଓ ବେସରକାରୀ ବ୍ୟାଙ୍କଗୁଡିକ ୨୧୯ ଜଣ ଋଣ ଖିଲାପକାରୀଙ୍କୁ ଚିହ୍ନଟ କରିଛନ୍ତି ଏବଂ ସେମାନଙ୍କଠାରୁ ୧୨ ହଜାର ୩୩୮ କୋଟି ଟଙ୍କା ଆଦାୟ କରାଯିବ। ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକ ଋଣ ଖିଲାପକାରୀଙ୍କ ବିରୋଧରେ ସିବିଆଇ ନିକଟରେ ଅଭିଯୋଗ କରିଥାଆନ୍ତି। ତେଣୁ ସିବିଆଇ ନିକଟରେ ଏ ସଂକ୍ରାନ୍ତୀୟ ୫୧୨ଟି ମାମଲା ରୁଜୁ ହୋଇଛି ବୋଲି ସେ କହିଛନ୍ତି।