ରାଜ୍ୟସ୍ତରୀୟ ଅମଲା ସଂଘ ଗଠନ କଲା ଓଡ଼ିଶା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଓଡ଼ିଶା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅନ୍ତର୍ଭୁକ୍ତ ଜିଲ୍ଲାସ୍ତରୀୟ ଅମଲାଙ୍କ ସମୂହ ସ୍ୱାର୍ଥ ପ୍ରକାରେ ଓଡ଼ିଶା ପ୍ରେସ କ୍ଲବ, ଭୁବନେଶ୍ୱରରେ ଏକ ବିଶେଷ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରତି ଜିଲ୍ଲାରେ ଅବସ୍ଥାପିତ ବିଭାଗର ସମସ୍ତ ଅମଲାଙ୍କ ନ୍ୟାର୍ଯ୍ୟ ଅଧିକାର, ପ୍ରାପ୍ୟ ସୁବିଧା ଓ ଅସୁବିଧା ସମ୍ପର୍କରେ ଆଲୋଚନା କରାଯାଇ ସଂଘ ଗଠନ ହୋଇଥିଲା । ଏଥିରେ ନବରଙ୍ଗପୁର ଜିଲ୍ଲାର ସଦସ୍ୟ ବୁଲୁ ହୋତାଙ୍କୁ ସଭାପତି ଭାବେ ଚୟନ କରାଯାଇଥିବାବେଳେ କଟକ ଜିଲ୍ଲାର ସଞ୍ଜୟ ପାତ୍ରଙ୍କୁ ସମ୍ପାଦକ ଓ ଗଞ୍ଜାମ ଜିଲ୍ଲାର ସୁବାସ ଦାଶଙ୍କୁ ରାଜ୍ୟ ସଂଯୋଜକ ଭାବେ ମନୋନୀତ କରାଯାଇଥିଲା । ଉପସଭାପତି ଡାନିୟେଲ ବେହେରା(ଗଜପତି), ଯୁଗ୍ମ ସମ୍ପାଦକ ସମନାଥ ମଲ୍ଲିକ(କେଉଁଝର), କୋଷାଧ୍ୟକ୍ଷ ବାସନ୍ତୀ ପାତ୍ର(ଭୁବନେଶ୍ୱର), ଉପକୋଷାଧ୍ୟକ୍ଷ ମନୋଜ ଦାଶ(ଅନୁଗୁଳ), ମିଡ଼ିଆ ସମ୍ପାଦକ ବିଜୟ ପଣ୍ଡା(ଯାଜପୁର)ଙ୍କ ସହିତ ସଂଘୀୟ ଉପଦେଷ୍ଟା ଭାବେ ରଞ୍ଜିତ ରଥ, କ୍ଷେତ୍ରମୋହନ ପଟ୍ଟନାୟକ, ସଞ୍ଜୟ ମହାପାତ୍ର, ଲକ୍ଷ୍ମୀଧର ଖୁଣ୍ଟିଆ,ଯୋଗେନ୍ଦ୍ର ପରିଡ଼ାଙ୍କ ସହ କାର୍ଯ୍ୟନିର୍ବାହୀ ପରିଷଦ ସଦସ୍ୟ ଭାବେ ମଦନ ମୋହନ ପାତ୍ର, ଅଶୋକ ସାଠୁଆ, ଅମିତ ଟେଟେ, ଅମିୟ ମହାପାତ୍ର, ଜ୍ୟୋତି ରଞ୍ଜନ ବଡ଼ଜେନା, ସୁସ୍ମିତା ବିଶ୍ୱାଳ, ବୀରକିଶୋର ପାଣିଗ୍ରାହୀ, ରାକେଶ ସାହୁ,ପୁରୁଷୋତ୍ତମ ସାହୁ,ଅଶୋକ ମହାପାତ୍ର, ଶିବ ପ୍ରସାଦ ବେଉରା, ଦୀପକ ସେଠୀ, ହର୍ଶ ପିଙ୍ଗ ଓ ଗୁପ୍ତେଶ୍ୱର ରାଓ ଚୟନ ହୋଇଥିଲେ । ନିଜ ନିଜ ପଦବୀକୁ ନେଇ ନୂତନ ନିର୍ବାଚିତ କର୍ମକର୍ତ୍ତାମାନେ ଏକ ଭବ୍ୟ ଶପଥ ପାଠ କରିଥିଲେ । ଆଗାମୀ ଦିନରେ ସଂଘର ଆବଶ୍ୟକତାକୁ ନୂତନ ଭାବେ ନିର୍ବାଚିତ କର୍ମକର୍ତ୍ତା କାର୍ଯ୍ୟ କରିବାକୁ କେବେ ପଛାଇବୁ ନାହିଁ ବୋଲି ସଭାପତି ବୁଲୁ ହୋତା ନିଜ ଅଭିଭାଷଣରେ କହିଥିଲେ ।