ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏହାରି ଭିତରେ ୭ ଜିଲ୍ଲାକୁ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡିକ ହେଉଛି କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡା ଓ କୋରାପୁଟ। ଏହି ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସେପଟେ ରାଜ୍ୟରେ ପଶ୍ଚିମ ଓଡିଶାରେ ଅସମ୍ଭାଳ ତାତି ହେଉଛି। ୧୨ରୁ ୧୪ ତାରିଖ ଯାଏଁ ତାପମାତ୍ରା ଆହୁରି ବଢିବ। ପଶ୍ଚିମ ଓଡିଶା ସମେତ ଆଭ୍ୟନ୍ତରୀଣ ଦକ୍ଷିଣ ଓ ଉତ୍ତରରେ ଏହି ତିନି ଦିନ ତାତି ୪୪ ଡିଗ୍ରୀ ଟପିପାରେ। ଏନେଇ ବରିଷ୍ଠ ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି।
ସେହିପରି ଉପକୂଳ ଓଡିଶାରେ ୧୪ ତାରିଖ ଯାଏ ତାପମାତ୍ରା କମ୍ ରହିବ। ୯, ୧୦ ଓ ୧୧ ତାରିଖରେ ତାପମାତ୍ରା ପୁଣି ୨ ଡିଗ୍ରୀ ଯାଏ ହ୍ରାସ ପାଇବ। ବଙ୍ଗୋପସାଗରରେ ସମ୍ଭାବ୍ୟ ଲଘୁଚାପ ଯୋଗୁଁ ବାୟୁର ଦିଗ ପରିବର୍ତ୍ତନ ହେବ। ଯାହା ଫଳରେ ଉପକୂଳରେ ତାପମାତ୍ରା କମ୍ ରହିବ।