କେନ୍ଦ୍ରର ନିୟମକୁ ସାମାନ୍ୟ ପରିବର୍ତ୍ତନ କଲେ ରାଜ୍ୟ ସରକାର

ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ରର ନିୟମକୁ ସାମାନ୍ୟ ପରିବର୍ତ୍ତନ କଲେ ରାଜ୍ୟ ସରକାର। ନିକଟରେ କରୋନା ରୋଗୀଙ୍କ ଡିସଚାର୍ଜକୁ ନେଇ କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଜାରି କରିଥିଲେ। ଆଉ ଏବେ ରାଜ୍ୟ ସରକାର ଏଥିରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି। ଡିସଚାର୍ଜର ୭ ଦିନ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ହୋମ୍ କ୍ୱରେଣ୍ଟାଇନର ନିୟମକୁ ରାଜ୍ୟ ସରକାର ୧୪ ଦିନ ପାଇଁ ବଢ଼ାଇ ଦେଇଛନ୍ତି। ସେହିପରି କ୍ୱାରେଣ୍ଟାଇନରେ ରହୁଥିବା ଲୋକଙ୍କ ଘର ଆଗରେ ଷ୍ଟିକର ଲାଗିବ। ରୋଗୀଙ୍କ ହାତରେ ଷ୍ଟାମ୍ପ ଓ ବ୍ୟାଣ୍ଡ ଲାଗିବ। ଘରେ ଅଲଗା ଶୌଚାଳୟ ବା ପ୍ରକୋଷ୍ଠ ନଥିଲେ ସରକାରଙ୍କ ଦ୍ୱାରା ଆନୁଷ୍ଠାନିକ କ୍ୱାରେଣ୍ଟାଇନ ବ୍ୟବସ୍ଥା କରାଯିବ। ଏଥି ସହିତ ସାମନ୍ୟ ଲକ୍ଷଣ କିମ୍ବା ଲକ୍ଷଣ ନଥିବା ରୋଗୀ ଘରେ ରହି ଚିକିତ୍ସିତ ହୋଇପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।