କଟକ,ଏନ୍ଏନ୍ଏସ୍: କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ମାର୍ଚ୍ଚ ମାସଠାରୁ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଧାର୍ମିକ ଅନୁଷ୍ଠାନକୁ ଖୋଲାଯିବ କି ନାହିଁ ତା’ର ନିଷ୍ପତ୍ତି ରାଜ୍ୟ ସରକାର ନେବେ ବୋଲି ହାଇକୋର୍ଟ ପକ୍ଷରୁ କୁହାଯାଇଛି।
ସୂଚନା ଅନୁସାରେ ଅନଲକ-୩ରେ ଜନଜୀବନ ଚଳାଚଳ କରିବା ସ୍ୱାଭାବିକ ହୋଇଥିଲା। ଏହାକୁ ନଜରରେ ରଖି ପୁରୀ ଶ୍ରୀମନ୍ଦିର ସମେତ ଅନ୍ୟ ଧାର୍ମିକ ଅନୁଷ୍ଠାନଗୁଡ଼ିକୁ ଖୋଲିବାକୁ ଅନୁମତି ପାଇଁ ହାଇକୋର୍ଟରେ ଆବେଦନ ହୋଇଥିଲା। ଏହି ଆବେଦନ ଉପରେ ଆଜି ହାଇକୋର୍ଟ ରାୟ ଶୁଣାଣି କରିଛନ୍ତି।