ରଥଯାତ୍ରା ନିଷ୍ପତ୍ତି ନେବେ ରାଜ୍ୟ ସରକାର : ହାଇକୋର୍ଟ

ଭୁବନେଶ୍ୱର : ଆଉ କିଛି ଦିନ ଗଲେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କିନ୍ତୁ କରୋନା ପାଇଁ ପୁରୀ ରଥଯାତ୍ରା ବନ୍ଦ କରିବାକୁ ଦାବି କରି ହାଇକୋର୍ଟରେ ମାମଲା ହୋଇଥିଲା । ଏହି ଆବେଦନ ଉପରେ ଶୁଣାଣି କରି ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ହାଇକୋର୍ଟ ଛାଡ଼ିଛନ୍ତି । ଏହାସହ ଜୁନ୍ ୨୩ ପୂର୍ବରୁ ନିଷ୍ପତ୍ତି ନେବାକୁ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ଓ ରାଜ୍ୟର କରୋନା ନିୟମ ମାନି ରଥଯାତ୍ରା କରିବାକୁ ପରାମର୍ଶ ଦିଆଯାଇଛି । ଦେଶରେ ଓ ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଫଳରେ ରଥଯାତ୍ରା ହେବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଅନ୍ୟପଟେ ସେବାୟତମାନେ ଅକ୍ଷୟତୃତୀୟା, ସ୍ନାନଯାତ୍ରା ପରି କଟକଣା ମଧ୍ୟରେ ରଥଯାତ୍ରା ହେଉ ବୋଲି ଦାବି କରିଛନ୍ତି ।