ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସରକାର ୪ଜଣ କ୍ରୀଡ଼ା କୋଚଙ୍କୁ ବାଧ୍ୟତାମୂଳକ ଭାବେ ଅବସର ପ୍ରଦାନ କରିଛନ୍ତି। ସେମାନେ ହେଲେ ଭଲିବଲ କୋଚ୍ ପ୍ରଭାକର ତ୍ରିପାଠୀ, ଜ୍ଞାନେନ୍ଦ୍ର ବଢ଼େଇ, ବକ୍ସିଂ କୋଚ୍ ଶଙ୍କର ପ୍ରସାଦ ଅଧିକାରୀ ଓ ହ୍ୟାଣ୍ଡବଲ୍ କୋଚ୍ ମନୋଜ କୁମାର ଦାସ। ଉକ୍ତ କୋଚଙ୍କର କ୍ରୀଡ଼ାର ବିକାଶରେ ଆଶାନୁରୂପ ଅବଦାନ ରହୁନଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।