ମାର୍ଚ୍ଚ ମାସ ପାଇଁ ଗାଇଡ଼ଲାଇନ୍ ଜାରି କଲେ ରାଜ୍ୟ ସରକାର, ଘରେ ରହି ପାଳନ ହେବ ହୋଲି ପର୍ବ

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟରେ ଧିରେ ଧିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ବର୍ତ୍ତମାନ କରୋନା କଟକଣାରେ ମଧ୍ୟ କୋହଳ କରାଯାଇଛି। ଆଜି ଠାରୁ ଫେବୃଆରୀ ମାସ ସରୁଥିବା ବେଳେ କାଲି ଠାରୁ ମାର୍ଚ୍ଚ ମାସ ପାଇଁ ଗାଇଡ଼ଲାଇନ୍ ଜାରୀ କରିଛନ୍ତି ରାଜ୍ୟ ସରକାର।

ଯାହାଫଳରେ ରାଜ୍ୟର ସମସ୍ତ ଧାର୍ମିକ ଅନୁଷ୍ଠାନରୁ କଟକଣା ସଂପୁର୍ଣ୍ଣ ଭାବେ ହଟାଇ ଦେଇଛନ୍ତି। କେବଳ ଏତିକି ନୁହେଁ ଧାର୍ମିକ,ସାମାଜିକ ସମାବେଶକୁ ମଧ୍ୟ ଅନୁମତି ଦିଆଯାଇଛି। ଏହା ସହିତ ରାଜନୈତିକ ଏବଂ କ୍ରୀଡା ସମାବେଶ ଆୟୋନଜକୁ ଅନୁମତି ଦିଆଯାଇଛି। ବିବାହ ବ୍ରତ କାର୍ଯ୍ୟରେ ୫୦୦ ଜଣ ଏବଂ ଶୁଦ୍ଧିକ୍ରିୟାରେ ୨୫୦ ଜଣ ସାମିଲ୍ ହୋଇ ପାରିବେ। ସର୍ବସାଧାରଣରେ ହୋଲି ଖେଳିବା ଉପରେ ଲାଗିଲା କଟକଣା। ଘରେ ରହି ପରିବାର ସହ ଖେଳିପାରିବେ ହୋଲି।

ସୁଚନା ଅନୁସାରେ ରାତି ପାହିଲେ ମହାଶିବରାତ୍ରୀ। ଆସନ୍ତାକାଲି ଭୋର ୩ ଟାରୁ ୩.୩୦ ପର୍ଯ୍ୟନ୍ତ ଅବକାଶ ନୀତି ଅନୁଷ୍ଠିତ ହେବ। ୩.୩୦ ଠାରୁ ୫ ଟା ଯାଏଁ ସେବାୟତ ପରିବାର ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିବେ। ୫ଟାରୁ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ମିଳିବ।

ତେବେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି। ଭୁବନେଶ୍ୱର ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୬ ଜଣ ଅତିରିକ୍ତ ଡିସିପି,୧୨ ଜଣ ଏସିପି, ୧୯ ଜଣ ଇନ୍ସପେକ୍ଟର, ୮୫ ଅଫିସରଙ୍କ ସହ ପ୍ରାୟ ୨୭ ପ୍ଲାଟୁନ ଫୋର୍ସ ମୁତୟନ ହେବେ ବୋଲି ସୂଚନା ରହିଛି।