ଭୁବନେଶ୍ୱର,ଏନ୍ଏନ୍ଏସ୍: କମେଡି କିଙ୍ଗ କପିଲ ଶର୍ମାଙ୍କ ଦ୍ୱାରା ଅଭିନୀତ ‘ଜ୍ୱିଗାଟୋ’ ଫିଲ୍ମ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ଼ କରିଛନ୍ତି । ଫିଲ୍ମ ଉପରୁ ପ୍ରମୋଦ କର ଛାଡ଼ କରିବାକୁ ଦିଆଯାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଓଡ଼ିଆ ଝିଅ ନନ୍ଦିତା ଦାସଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଫିଲ୍ମଟି ଫୁଡ ଡେଲିଭରି ରାଇଡର ଓ ତାଙ୍କ ପରିବାର ଉପରେ ଆଧାରିତ । ଫିଲ୍ମର ସମ୍ପୂର୍ଣ୍ଣ ସୁଟିଂ ଓଡ଼ିଶାରେ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଏହାକୁ ପଶଂସା କରିଛନ୍ତି ।