୩୬ ସାଂଗଠନିକ ଜିଲ୍ଲାରେ ପ୍ରଭାରୀ ନିଯୁକ୍ତ କଲା ବିଜେପି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଦଳର ୩୬ ସାଂଗଠନିକ ଜିଲ୍ଲାରେ ନୂଆ ପ୍ରଭାରୀ ନିଯୁକ୍ତ କରାଯାଇଛି। ଦଳ ପକ୍ଷରୁ ଜାରି କରାଯାଇଥିବା ତାଲିକା ଅନୁଯାୟୀ ବାରିପଦା ଦାୟିତ୍ୱରେ ବିଷ୍ଣୁଚରଣ ସେଠୀ, ବାଲେଶ୍ୱର ପାଇଁ ଗୋଲକ ପ୍ରସାଦ ମହାପାତ୍ର, ଅନୁଗୁଳ ପାଇଁ ସୀମାଞ୍ଚଳ ଖଟେଇଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ବରଗଡ଼ ପାଇଁ ନାଉରୀ ନାୟକ, ବଲାଙ୍ଗିର ପାଇଁ ସୁରେଶ୍ୱର ଶତପଥୀ, ଭୁବନେଶ୍ୱର ପାଇଁ ଭୁବନ ମୋହନ ଜେନା, ବୌଦ୍ଧ ପାଇଁ ରାମଚନ୍ଦ୍ର ମେହେର, ବଣାଇ ପାଇଁ ବଟ୍ଟ କିଶୋର ମିଶ୍ର, କଟକ ପାଇଁ ପୃଥ୍ୱୀରାଜ ହରିଚନ୍ଦନ ଓ କଟକ ସଦର ପାଇଁ ଅମର ନାଏକଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ଦେବଗଡ଼ ପାଇଁ ଧୀରେନ ସେନାପତି, ଢେଙ୍କାନାଳ ପାଇଁ ପ୍ରଭାତୀ ପରିଡ଼ା, ଗଜପତି ପାଇଁ ସରୋଜ ସାବତ, ଘୁମୁସର(ଗଞ୍ଜାମ) ପାଇଁ ସୁରଥ ବିଶ୍ୱାଳ, ଗଞ୍ଜାମ ପାଇଁ ଅଶୋକ ମିଶ୍ର, ଯାଜପୁର ପାଇଁ ସାରଦା ପ୍ରସାଦ ଶତପଥୀ, ଜଗତସିଂହପୁର ପାଇଁ ସାରଦା ପ୍ରଧାନ, ଝାରସୁଗୁଡ଼ା ପାଇଁ ଶଙ୍କର ଓରାମଙ୍କ ନାମରେ ରାଜ୍ୟ ସଭାପତି ପ୍ରଭାରୀ ମୋହର ମାରିଛନ୍ତି। ସେହିପରି କଳାହାଣ୍ଡି ପାଇଁ ରମେଶ ସାହୁଙ୍କୁ ଦାୟିତ୍ୱ ମିଳିଥିବା ବେଳେ କନ୍ଧମାଳ ପାଇଁ ବିରଞ୍ଚି ନାରାୟଣ ତ୍ରିପାଠୀ, କେନ୍ଦ୍ରାପଡ଼ା ପାଇଁ ଯତୀନ ମହାନ୍ତି, କେନ୍ଦୁଝର ପାଇଁ ନବୀନ ରାମ, କୋରାପୁଟ ପାଇଁ ବଳଭଦ୍ର ମାଝୀ, ଖୋର୍ଦ୍ଧା ପାଇଁ ଭୃଗୁ ବକ୍ସିପାତ୍ର, ମାଲକାନଗିରି ପାଇଁ କାଳୀରାମ ମାଝୀ, ନୟାଗଡ଼ ପାଇଁ ନିରଞ୍ଜନ ମିଶ୍ର, ନବରଙ୍ଗପୁର ପାଇଁ ମୁକେଶ ମହାଲିଙ୍କ ଓ ନୂଆପଡ଼ା ପାଇଁ ଆର୍ତ୍ତତ୍ରାଣ ମହାପାତ୍ରଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ସେହିପରି ପାନପୋଷ ପାଇଁ ରବି ନାରାୟଣ ନାଏକ, ପୁରୀ ପାଇଁ ଲେଖାଶ୍ରୀ ସାମନ୍ତସିଂହାର, ରାଇରଙ୍ଗପୁର ପାଇଁ ମୋହନ ମାଝୀ, ରାୟଗଡ଼ା ପାଇଁ ଗୋବିନ୍ଦ ଜୈନ, ସମ୍ବଲପୁର ପାଇଁ ଟଙ୍କଧର ତ୍ରିପାଠୀ, ସୁନ୍ଦରଗଡ଼ ମୁରଲୀ କ୍ରିଷ୍ଣା ଓ ସୁବର୍ଣ୍ଣପୁର ପାଇଁ ଭବେନ୍ଦ୍ର ପଣ୍ଡାଙ୍କୁ ପ୍ରଭାରୀ ଭାବେ ରାଜ୍ୟ ସଭାପତି ସମୀର ମହାନ୍ତି ନିଯୁକ୍ତି ପ୍ରଦାନ କରିଛନ୍ତି।