ଷ୍ଟେଟ ବ୍ୟାଙ୍କରେ କଡ଼ାକଡ଼ି ହେଲା ନିୟମ, ୩ରୁ ଅଧିକ ଥର ଖାତାରେ ଜମା କଲେ ଲାଗିବ ଜିଏସଟି 

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ନିୟମ କଡ଼ାକଡ଼ି ହେଉଥିଲାବେଳେ ଅକ୍ଟୋବର ୧ରୁ ସର୍ଭିସ ଚାର୍ଜରେ ବଡ ଧରଣର ପରିବର୍ତ୍ତନ ହେବ ବୋଲି ଜଣାପଡ଼ିଛି । ଏଥର ବ୍ୟାଙ୍କରେ ଟଙ୍କା ଜମା କରିବା, ଟଙ୍କା ଉଠାଇବା, ଚେକ୍‌ ବ୍ୟବହାର କରିବା, ଏଟିଏମ୍‌ ଟ୍ରାଞ୍ଜାକସନ୍‌ ସହ ବିଭିନ୍ନ ସର୍ଭିସ ପାଇଁ ଟ୍ୟାକ୍ସ ଦେବାକୁ ପଡ଼ିବ।

ଅକ୍ଟୋବର ୧୧ ତାରିଖରୁ ଆପଣ ମାସକ ଭିତରେ ନିଜ ଖାତାରେ କେବଳ ୩୩ ଥର ହିଁ ମାଗଣାରେ ଟଙ୍କା ଜମା କରିପାରିବେ । ଯଦି ଏହାଠୁ ଅଧିକ ଥର ଅର୍ଥାତ୍‌ ୩ରୁ ଅଧିକ ଥର ଟଙ୍କା ଜମା କରନ୍ତି ତେବେ ଆପଣଙ୍କୁ ପ୍ରତି ଟ୍ରାଞ୍ଜାକସନ୍‌ ଉପରେ ୫୦ ଟଙ୍କା ଅତିରିକ୍ତ ଜିଏସଟି ବାବଦରେ ଦେବାକୁ ହେବ । ଏହିଭଳି ପଞ୍ଚମ କିମ୍ବା ତାହାଠାରୁ ଅଧିକ ଥର ଟଙ୍କା ଜମା କଲେ ୫୬ ଟଙ୍କା ଅଧିକ ଦେବାକୁ ପଡ଼ିବ । ସେହିପରି ଯାନ୍ତ୍ରିକ  କାରଣରୁ ଯଦି କୌଣସି ବ୍ୟକ୍ତିର ଚେକ୍‌ ବାଉନ୍ସ ହୁଏ ତେବେ ତାକୁ ୧୬୮ଟଙ୍କା ଦେବାକୁ ପଡ଼ିବ।