ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜିଠୁ ପୌର ନିର୍ବାଚନ ନାମାଙ୍କନ ଆରମ୍ଭ। ରାଜ୍ୟରେ ୧୦୬ଟି ପୌରସଂସ୍ଥା ଓ ୩ଟି ମହାନଗର ନିଗମରେ ନିର୍ବାଚନ ହେବା ନେଇ ନାମାଙ୍କନ ଆରମ୍ଭ ହେବ। ମହାନଗର ନିଗମ, ପୌରପାଳିକା ଓ ଏନଏସିର ମେୟର, ପୌରାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲର ନିର୍ବାଚନ ପାଇଁ ହେବାକୁ ଯାଉଛି ନାମାଙ୍କନ ଦାଖଲ। ସ୍ଥାନୀୟ ଏଡିଏମ ଅଫିସରେ ନାମାଙ୍କନ ପତ୍ର ଦାଖଲ ହେବ।
ସୂଚନା ଅନୁସାରେ, ଆଜିଠାରୁ ନାମାଙ୍କନ ଆରମ୍ଭ ହୋଇ ୭ ତାରିଖ ଯାଏ ଚାଲିବ। ଅର୍ଥାତ ୬ ଦିନ ଧରି ଏହି ପ୍ରକ୍ରିୟା ଚାଲିବ। ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ୧୪ରେ ନାମାଙ୍କନ ପତ୍ର ପ୍ରତ୍ୟାହାର ଏବଂ ଚୂଡାନ୍ତପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।
ସେହିପରି ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ହେବ ଏବଂ ୨୬ରେ ଫଳାଫଳ ପ୍ରକାଶ ପାଇବ। କୋର୍ଟରେ ମାମଲା ଥିବାରୁ ସମ୍ବଲପୁର, ରାଉରକେଲା ମହାନଗର ନିଦମ ଏବଂ ପୁରୀ ମ୍ୟୁନିସପାଲଟିରେ ଭୋଟ୍ ହେବ ନାହିଁ।