ନୂଆଦିଲ୍ଲୀ,ଏଜେନ୍ସି: ଶିବସେନା, କଂଗ୍ରେସ ଓ ଏନସିପିର ରିଟ୍ ପିଟିସନ ଉପରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ଏ ନେଇ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଉଭୟ ରାଜ୍ୟପାଳ ଓ ଅଜିତ ପାୱାରଙ୍କ ଚିଠି ୩ ଜଣିଆ ଖଣ୍ଡପୀଠ ଆଗରେ ଉପସ୍ଥାପନ କରିଛନ୍ତି । ସେଥିରେ ବିଧାୟକମାନଙ୍କ ସମର୍ଥନ ଥିବା ନେଇ ଦସ୍ତଖତ ରହିଛି।
ବିଜେପିର ୧୦୫ ଓ ଅଜିତ ପାୱାର ୫୪ ବିଧାୟକଙ୍କ ସମର୍ଥନ ପତ୍ର ରାଜ୍ୟପାଳଙ୍କୁ ଦେବା ପରେ ଫଡ଼ନବୀଶଙ୍କୁ ସରକାର ଗଢ଼ିବା ପାଇଁ ଆମନ୍ତ୍ରଣ କରାଯାଇଥିଲା ବୋଲି ସଲିସିଟର ଜେନେରାଲ କହିଛନ୍ତି । ରାଜ୍ୟପାଳଙ୍କ ନିକଟକୁ ଚିଠି ଆସିବା ପରେ ସେ ଏଭଳି ନିଷ୍ପତି ନେଇଥିଲେ ।
ତେବେ ଏହି ମାମଲାରେ ବିଜେପି ପାଇଁ ମୁକୁଲ ରୋହତଗୀ ଲଢୁଥିବା ବେଳେ କଂଗ୍ରେସ-ଏନସିପି ପାଇଁ ଅଭିଷେକ ମନୁ ସିଂଘଭି ଓ ଶିବସେନାର ପକ୍ଷ ରଖୁଛନ୍ତି କପିଲ ଶିବଲ। ତେବେ ଏହି ମହା ମାମଲାକୁ ନେଇ ସୁପ୍ରିମକୋର୍ଟର କ’ଣ ରାୟ ରହୁଛି ତାକୁ ସମସ୍ତଙ୍କ ନଜର ରହିଛି।