୨୦୨୧-୨୨ ବଜେଟ ଉପସ୍ଥାପନ: ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ

ନୂଆଦିଲ୍ଲୀ,ଏଜେନ୍ସି: ଆରମ୍ଭ ହେଲା ଚଳିତ ବର୍ଷର ବଜେଟ ଉପସ୍ଥାପନ ପକ୍ରିୟା। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ବଜେଟ ପଢ଼ା ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ପ୍ରଥମେ ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏନେଇ ସେ ସ୍ୱାସ୍ଥ୍ୟ ସେବା କ୍ଷେତ୍ର ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି। ଏନେଇ ୬୪,୧୮୪ କୋଟିର ବ୍ୟୟବରାଦ ହୋଇଛି। ପ୍ରତି ଜିଲ୍ଲାରେ ସ୍ଥାପନ ହେବ ସମନ୍ୱିତ ପରୀକ୍ଷାଗାର। ଦେଶରେ ୧୫ଟି ହେଲ୍‌ଥ ଏମରଜେନ୍ସି ସେଣ୍ଟର ପ୍ରତିଷ୍ଠା କରାଯିବ।

ସେହିପରି ସ୍ୱଚ୍ଛ ପାନୀୟ ଜଳ ପାଇଁ ୨.୭୮ ଲକ୍ଷ କୋଟି ବ୍ୟୟବରାଦ ହୋଇଛି। ୧ ଲକ୍ଷ କୋଟିରେ ୨୧୭ ଇନଫ୍ରା ପାଇପ ଲାଇନ୍ ପ୍ରକଳ୍ପ ରହିଛି।

ସେହିପରି କୋଭିଡ ଭ୍ୟାକ୍ସିନ ପାଇଁ ୩୫ ହଜାର କୋଟି ବ୍ୟୟ ବରାଦ ହେବ। ସ୍ୱାସ୍ଥ୍ୟ ସେବା ପାଇଁ ୨.୨୩ ଲକ୍ଷ କୋଟି ବ୍ୟୟ ବରାଦ ହେବ। ଗତ ବଜେଟରୁ ଏହା ୧୩୭ ପ୍ରତିଶତ ଅଧିକ।

ରାସ୍ତାରୁ ପୁରୁଣା ଗାଡ଼ି ହଟାଇବାକୁ ସ୍କ୍ରାପ୍‍ ପଲିସି ତ୍ୱରାନ୍ୱିତ ହେବ। କମର୍ସିଆଲ ଗାଡ଼ି ପାଇଁ ୧୫ ବର୍ଷ ସମୟ ଧାର୍ଯ୍ୟ କରାଯାଇଛି। ଘରୋଇ ଗାଡ଼ି ପାଇଁ ୨୦ ବର୍ଷ ସମୟ ଧାର୍ଯ୍ୟ ହୋଇଛି।

ସେହିପରି ଦେଶରେ ଆସନ୍ତା ୩ ବର୍ଷରେ ଆଉ ୭ଟି ମେଗା ଟେକ୍ସଟାଇଲ ପାର୍କ ବିକଶିତ ହେବ।