ତାରକା ବ୍ୟାଡମିଣ୍ଟନ ଖେଳାଳି ସାଇନାଙ୍କୁ କରୋନା

ନୂଆଦିଲ୍ଲୀ: ଭାରତର ତାରକା ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସାଇନା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଥାଇଲାଣ୍ଡ ଗସ୍ତ କରିଥିଲେ। ସେଠାରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ହସ୍ପିଟାଲରେ କ୍ୱାରେଣ୍ଟାଇନ କରି ଦିଆଯାଇଛି। ସେଥିପାଇଁ ୧୨ରୁ ୧୭ ଜାନୁଆରୀ ମଧ୍ୟରେ ହେବାକୁ ଥିବା ୟୋନେକ୍ସ ଥାଇଲାଣ୍ଡ ଓପନ ସୁପର ୧୦୦୦ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ସାଇନାଙ୍କ ପାଇଁ କଷ୍ଟକର ହୋଇପଡ଼ିଛି।

ସୂଚନାଯୋଗ୍ୟ, ସାଇନା ବ୍ୟାଙ୍କକରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରେ କରୋନା ଯୋଗୁ ପ୍ରସ୍ତୁତ ହୋଇଥିବା ଗାଇଡଲାଇନକୁ ନେଇ ପୂର୍ବରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ।