ଶ୍ରୀମନ୍ଦିର ସଂସ୍କାର ମାମଲାରେ ଆଜି ରାୟ ଶୁଣାଇବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,ଏଜେନ୍ସି: ଶ୍ରୀମନ୍ଦିରରେ ସଂସ୍କାର ପାଇଁ ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରୀ କୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି। ଏହାକୁ ନଜରରେ ରଖି ଶ୍ରୀମନ୍ଦିର ସୁରକ୍ଷା ଜୋନ, ଶ୍ରୀମନ୍ଦିର ଭୂ ସମ୍ପତ୍ତି ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ସେବା ପୂଜା, ଦଶରାଥୀଙ୍କ ସୁରକ୍ଷା, ଅନ୍ନଦାତା ବାଟିକା ବନ୍ଦ, ଦାନ ଦକ୍ଷିଣା ବନ୍ଦ, ଶ୍ରୀମନ୍ଦିର ଆଇନରେ ସଂଶୋଧନ ଭଳି ୧୨ଟି ପ୍ରସ୍ତାବ ସୁପ୍ରିମକୋର୍ଟରେ ଦାଖଲ ହୋଇଛି।

ଏହି ପ୍ରସଙ୍ଗରେ ଆମିକସକ୍ୟୁରୀ ଏବଂ ରାଜ୍ୟ ସରକାରଙ୍କ ଷ୍ଟାଟସ ରିପୋର୍ଟକୁ କୋର୍ଟ ତର୍ଜମା କରିବା ପରେ ଆଜି କୋର୍ଟ ପକ୍ଷରୁ ରାଜ୍ୟ ଶୁଣାଣି ହେବାକୁ ତାରିଖ ଧାର୍ଯ୍ୟ କରାଯାଇଥିଲା।

ଏହି ମାମଲାରେ ଶ୍ରୀମନ୍ଦିରର ଅନନ୍ୟ ୭ଟି ନିଯୋଗ ପକ୍ଷରୁ ପକ୍ଷଭୁକ୍ତ ହେବାକୁ ଆବେଦନ କରାଯାଇଥିବାରୁ ଆଜି ବିଭିନ୍ନ ନିଯୋଗର କର୍ମକର୍ତ୍ତାମାନେ ଦିଲ୍ଲୀରେ ପହଞ୍ଚିଛନ୍ତି। ଅନ୍ୟପଟେ ଶ୍ରୀମନ୍ଦିରର ଚୈହଦିରୁ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟାରେ ବିସ୍ଥାପିତଙ୍କୁ ଥଇଥାନ କରିବା ପାଇଁ ଏକ କମିଟି ଗଠନ କରିବାକୁ ନିବେଦନ ହୋଇଥିଲା। ତେବେ କୋର୍ଟ ପକ୍ଷରୁ ଆଜି ଏହାର ବିଚାର ହୋଇପାରେ ବୋଲି କୁହାଯାଉଛି।