ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ଅଡୁଆରେ ଓଲିଉଡ୍ ଅଭିନେତ୍ରୀ

ପୁରୀ,ଏନ୍ଏନ୍ଏସ୍: ପୁରୀ ଶ୍ରୀମନ୍ଦିର ଭିତର ଫଟୋ ଉଠାଇବା ପାଇଁ କଟକଣା ହୋଇଥିଲେ ମଧ୍ୟ ଷ୍ଟାରମାନେ ମନ୍ଦିର ଭିତରେ ଫଟୋ ଉଠାଉଥିବା ଦେଖାଯାଇଛି। ତେବେ ସାଧାରଣରେ ଏହି ନିୟମ କଡାକଡ଼ି କରାଯାଇଥିବାବେଳେ ଷ୍ଟାରମାନଙ୍କ ପାଇଁ କଁଣ ଅଲଗା ବୋଲି ସାଧାରଣରେ ପ୍ରଶ୍ନ ହେଉଛି।

‘ମିଷ୍ଟର ମଜନୁ’ ସିନେମାର ଅନ୍ୟତମ ନାୟିକା ଦିବ୍ୟାଙ୍କ ଏକ ଫଟୋ ଯେଉଁଥିରେ ସେ ତାଙ୍କ ଅନ୍ୟ ସାଥୀମାନଙ୍କ ସହ ଶ୍ରମନ୍ଦିରରେ ମହାପ୍ରସାଦ ସେବନ ବେଳେ ଫଟୋ ଉଠାଇଛନ୍ତି। ତେବେ ତାଙ୍କର ଏହି ଫଟୋଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ସେହିପରି ଫଟୋଟି କିଏ ଭାଇରାଲ କରିଛି ତାହା ଜଣାପଡ଼ିନାହିଁ। କଟକଣା ସତ୍ତ୍ୱେ ମନ୍ଦିର ଭିତରକୁ ସେମାନେ କିପରି ମୋବାଇଲ୍ ନେଲେ ଓ ଏହି ଫଟୋ ଉଠାଇଲେ ତାହା ଚର୍ଚ୍ଚାର ବିଷୟ ପାଲଟିଛି।