ଇସ୍ତଫା ଦେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

କଲମ୍ବୋ: ଶ୍ରୀଲଙ୍କାରେ ଜାରି ରହିଥିବା ପ୍ରଦର୍ଶନ ମଧ୍ୟରେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏହାପୂର୍ବରୁ ପ୍ରଦର୍ଶନକାରୀମାନେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ଇସ୍ତଫା ଦାବି କରି ତାଙ୍କ ଆବାସ ଘେରାଉ କରିଥିଲେ । ପ୍ରଦର୍ଶନକାରୀ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିବାରୁ ବିକ୍ରମସିଂଘେଙ୍କ ଉପରେ ଚାପ ପଡ଼ିଥିଲା ।

ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ଇସ୍ତଫା ଦେବା ପରେ ଟ୍ୱିଟ୍ କରି କହିଛନ୍ତି ଯେ, ସମସ୍ତ ନାଗରିକଙ୍କ ସୁରକ୍ଷା ସହିତ ସରକାରଙ୍କ ନିରନ୍ତରତା ସୁନିଶ୍ଚିତ କରିବା ପାଇଁ ମୁଁ ଆଜି ପାର୍ଟି ନେତାଙ୍କ ସବୁଠୁ ଭଲ ସୁପାରିଶକୁ ସ୍ୱୀକାର କରୁଛି । ଏହାକୁ ସୁଗମ କରିବା ପାଇଁ ମୁଁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି ।