ଶ୍ରୀଲଙ୍କାରେ ଆର୍ଥିକ ସହ ରାଜନୈତିକ ଅସ୍ଥିରତା, ପୂରା ମନ୍ତ୍ରିମଣ୍ଡଳ ପ୍ରଧାନମନ୍ତ୍ରୀଙ୍କୁ ଦେଲେ ଇସ୍ତଫା

କଲମ୍ବୋ,ଏଜେନ୍ସି: ଶ୍ରୀଲଙ୍କାରେ ଆର୍ଥିକ ସମେତ ରାଜନୈତିକ ସଂକଟ ଦେଖାଯାଇଛି। ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଛି। ରବିବାର ରାତିରେ ରାଜନୈତିକ ଅସ୍ଥିରତାର ଦୃଶ୍ୟ ଦେଖିବାକୁ ମିଳିଛି। କ୍ୟାବିନେଟର ସମସ୍ତ ମନ୍ତ୍ରୀ ନିଜର ଇସ୍ତଫା ପତ୍ରକୁ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କୁ ଦାଖଲ କରିଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ନିଜର ଇସ୍ତଫା ଦେଇନାହାନ୍ତି। କିନ୍ତୁ ସମସ୍ତ ମନ୍ତ୍ରୀଙ୍କ ତରଫରୁ ଇସ୍ତଫା ଦିଆଯାଇଛି।

ଇସ୍ତଫା ତାଲିକାରେ ପ୍ରଧାନମନ୍ତ୍ରଙ୍କ ପୁଅ ନମଲ ରାଜପେକ୍ଷ ମଧ୍ୟ ସାମିଲ ଅଛନ୍ତି, ଯିଏକି ନିଜର ସମସ୍ତ ପଦ ତୁରନ୍ତ ଛାଡ଼ି ଦେଇଛନ୍ତି। ଏସଂପର୍କରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ, ମୁଁ ସମସ୍ତ ବିଭାଗରୁ ଇସ୍ତଫା ଦେଇସାରିଛି। ଏସଂପର୍କରେ ରାଷ୍ଟ୍ରପତି ସୂଚନା ଦେଇଛନ୍ତି। ଆଶା କରାଯାଉଛି ଯେ, ଏହି ପଦକ୍ଷେପ ଦ୍ବାରା ଦେଶରେ ସ୍ଥିରତା ଆସିପାରେ। ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଯେ, ଶ୍ରୀଲଙ୍କାରେ ସର୍ବଦଳୀୟ ସରକାର ଗଠନ ହୋଇପାରେ। ଏହି ସରକାରରେ ବିରୋଧୀ ଦଳର ନେତା ମଧ୍ୟ ସାମିଲ ହୋଇପାରନ୍ତି। ବତ୍ତର୍ମାନର ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇପାରେ।

ସୂଚନାଯୋଗ୍ୟ, ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଛି। ୩୬ ଘଣ୍ଟିଆ କର୍ଫ୍ୟୁ ଶେଷ ହୋଇଛି। କର୍ଫ୍ୟୁ ସମୟରେ ଲୋକଙ୍କୁ କୌଣସି ପ୍ରକାରର ଧାରଣା ଦେବାକୁ ମନା କରାଯାଇଥିଲା। କିନ୍ତୁ ରାଜରାସ୍ତାରେ ପ୍ରଦର୍ଶନ ଦେଖିବାକୁ ମିଳିଥିଲା।