ଶ୍ରୀଲଙ୍କାରେ ନୂଆ କ୍ୟାବିନେଟ ଗଠନ, ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମହିଁନ୍ଦ ରାଜପକ୍ଷେ

କଲମ୍ବୋ,ଏଜେନ୍ସି: ଶ୍ରୀଲଙ୍କାରେ ବହୁ ବିରୋଧ ପରେ ଆଜି ନୂତନ କ୍ୟାବିନେଟ ଗଠନ କରାଯାଇଛି। ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ୧୭ ଜଣ ମନ୍ତ୍ରୀଙ୍କୁ ନେଇ କ୍ୟାବିନେଟ ଗଠନ କରିଛନ୍ତି। ଯେଉଁଥିରେ ତାଙ୍କ ପରିବାରର ଜଣେ ତାଙ୍କ ଭାଇ ପ୍ରଧାନମନ୍ତ୍ରୀ ମହିଁନ୍ଦା ରାଜପକ୍ଷେ ସଦସ୍ୟ ରହିଛନ୍ତି। ଚଳିତ ମାସରେ ଦେଶର ହଜାର ହଜାର ଲୋକ ଜରୁରୀକାଳିନ ପରିସ୍ଥିତି ଓ କର୍ଫ୍ୟୁର ଅବମାନନା କରିବା ସହିତ ସରକାରଙ୍କୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ମହିଁନ୍ଦା ରାଜପକ୍ଷେଙ୍କୁ ଛାଡ଼ି ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ଇସ୍ତଫା ଦେଇଥିଲେ।

ଏହା ପରେ ରାଷ୍ଟ୍ରପତି ବିପକ୍ଷ ସଦସ୍ୟଙ୍କ ସହିତ ମନ୍ତ୍ରୀମଣ୍ଡଳ ଗଢିବା ପାଇଁ ପ୍ରସ୍ତୁତ ହୋଇଥିଲେ। ହେଲେ ବିରୋଧୀ ଦଳ ଏହି ପ୍ରସ୍ତାବକୁ ଗ୍ରହଣ କରିନଥିଲେ। ପରେ ଆଜି ଅନ୍ୟ ସଦସ୍ୟଙ୍କ ସହିତ ମହିଁନ୍ଦ ରାଜପକ୍ଷେ ୧୭ ଜଣ ସଦସ୍ୟଙ୍କ ସହିତ ପ୍ରଧାନମନ୍ତ୍ରୀ ପଦବୀରେ ଶପଥ ଗ୍ରହଣ କରିଥିଲେ।