ଆଇପିଏଲରେ ଫେରିବାକୁ ଶ୍ରୀଶନ୍ତ ପ୍ରସ୍ତୁତ

ନୂଆଦିଲ୍ଲୀ: ଇଣ୍ଡିଆର ପୂର୍ବତନ ଦ୍ରୁତ ବୋଲର ଏସ୍.ଶ୍ରୀଶନ୍ତ ୮ ବର୍ଷ ପରେ ମୁସ୍ତାକ ଅଲ୍ଲୀ ଟୁର୍ଣ୍ଣାମେଣ୍ଟ ଜରିଆରେ କ୍ରିକେଟକୁ ଫେରିଛନ୍ତି। କ୍ରିକେଟକୁ ଫେରିସାରିଥିବା ଶ୍ରୀଶନ୍ତଙ୍କ ନଜର ଏବେ ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସଂସ୍କରଣରେ ଖେଳିବା ଉପରେ ରହିଛି। ରିପୋର୍ଟ ମୁତାବିକ, ଶ୍ରୀଶନ୍ତ ତାଙ୍କ ପୁରୁଣା ଟିମ୍ ରାଜସ୍ଥାନ ରୟାଲ୍ସ ତରଫରୁ ଖେଳିପାରନ୍ତି। ଶ୍ରୀଶନ୍ତ ଚଳିତ ଆଇପିଏଲ୍ ଲାଗି ଉପଲବ୍ଧ ଥିବା ଜଣାଇ ଦେଇଛନ୍ତି। ଫେବୃଆରୀ ୧୪ରେ ଆଇପିଏଲ୍ ଲାଗି ନିଲାମି ପ୍ରକ୍ରିୟା ହେବ ବୋଲି ଜଣାପଡ଼ିଛି। ଆଇପିଏଲକୁ ଫେରିବା ପାଇଁ ଶ୍ରୀଶନ୍ତ ଓ ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନଙ୍କ ମଧ୍ୟରେ ଆଲୋଚନା ଚାଲିଥିବା ନେଇ ଖବର ସାମ୍ନାକୁ ଆସିଛି। ଶ୍ରୀଶନ୍ତ ନିକଟରେ ମୁସ୍ତାକ ଅଲ୍ଲୀ ଟୁର୍ଣ୍ଣାମେଣ୍ଟରେ କେରଳ ତରଫରୁ ଅଂଶଗ୍ରହଣ କରିଥିଲେ।

ସୂଚନାଯୋଗ୍ୟ, ଶ୍ରୀଶନ୍ତଙ୍କ ସଞ୍ଜୁ ସାମସନଙ୍କ ଅଧିନାୟକତ୍ୱରେ କ୍ରିକେଟକୁ ଫେରିଛନ୍ତି। ୨୦୧୩ରେ ସ୍ପୋର୍ଟ ଫିକ୍ସିଂ ମାମଲାରେ ଶ୍ରୀଶନ୍ତଙ୍କୁ ବ୍ୟାନ କରି ଦିଆଯାଇଥିଲା। ଶ୍ରୀଶନ୍ତ ୨୦୧୩ ମେ’ ୯ ତାରିଖରେ କିଙ୍ଗସ ଇଲେଭେନ ପଞ୍ଜାବ ବିରୋଧରେ ନିଜ ଶେଷ ମ୍ୟାଚ୍ ଖେଲିଥିଲେ।