କ୍ରିକେଟରୁ ସନ୍ୟାସ ନେଲେ ଶ୍ରୀସନ୍ତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଖେଳାଳି ଏସ.ଶ୍ରୀସନ୍ତ କ୍ରିକେଟରୁ ସନ୍ୟାସ ନେଇଛନ୍ତି । ଏନେଇ ନିଜେ ଶ୍ରୀସନ୍ତ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି । ଶ୍ରୀ ପ୍ରଥମ ଶ୍ରେଣୀ କ୍ରିକେଟ ସହ ସବୁ ଫର୍ମାଟରୁ ଅବସର ନେଇଥିବା ଉଲ୍ଲେଖ କରିଛନ୍ତି । ଆଇପିଲଏରେ ମ୍ୟାଚ ଫିକ୍ସିଂ ଯୋଗୁ ଲାଗିଥିବା ବ୍ୟାନ ପରେ ଦୀର୍ଘ ଦିନ ସଂଘର୍ଷ କରି ଶ୍ରୀସନ୍ତ ପୁଣିଥରେ ମଇଦାନକୁ ଫେରିଥିଲେ । ଶ୍ରୀସନ୍ତ ଶେଷ ମ୍ୟାଚ ମେଘାଳୟ ବିରୋଧରେ ଖେଳିଥିଲେ । ୨୦୨୨ ଫେବୃଆରୀରେ ଖେଳା ଯାଇଥିବା ମୁକାବିଲାରେ ଶ୍ରୀସନ୍ତ ୨ଟି ୱିକେଟ ନେଇଥିଲେ ।

ସୂଚନାଯୋଗ୍ୟ, ଶ୍ରୀସନ୍ତ ଟିମ୍ ଇଣ୍ଡିଆ ପାଇଁ ୨୭ଟି ଟେଷ୍ଟ ମ୍ୟାଚ ଖେଳି ୮୭ଟି ୱିକେଟ ନେବାରେ ସଫଳ ହୋଇଥିଲେ । ଅନ୍ୟପଟେ ୫୩ଟି ଦିନିକିଆ ମ୍ୟାଚରେ ୭୫ଟି ୱିକେଟ ନେଇଥିଲେ । ୧୦ଟି ଟି-ଟ୍ୱେଣ୍ଟି ଅନ୍ତର୍ଜାତୀୟ ମ୍ୟାଚରେ ୭ଟି ୱିକେଟ ନେଇଥିଲେ । ଶ୍ରୀସନ୍ତ ଆଇପିଏଲର ୪୪ଟି ମ୍ୟାଚ ଖେଳି ୪୦ଟି ୱିକେଟ ନେଇଥିଲେ ।