ଅଯଥା ଗହଳି କରନ୍ତୁନାହିଁ- ଏସଆରସି

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଆସନ୍ତା ୫ ତାରିଖ ଠାରୁ ଲକଡାଉନ୍ । ଏହି ସମୟରେ ରାଜ୍ୟରେ କିଭଳି ଅତ୍ୟାବଶକୀୟ ସେବ ଜାରି ରହିବ ସେନେଇ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି।
ଏସଆରସି ଭିଡିଏ ବାର୍ତ୍ତା ଦେଇ କହିଛନ୍ତି ରାଜ୍ୟରେ ଲକଡାଉନ ଲାଗୁ ହେବାକୁ ଯାଉଛି । ଏହାକୁ ନେଇ କୌଣସି ମତେ ଭୟଭୀତ ହେବାର ଆବଶ୍ୟକତା ନାହିଁ । ସମସ୍ତ ସୁବିଧା କରାଯାଇଛି । ଜନସାଧାରଣ ଯେପରି ଅସୁବିଧାରେ ନପଡନ୍ତି ସେନେଇ ମଧ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ଲକଡାଉନ ବେଳେ ପ୍ରତିଦିନ ସକାଳ ୬ରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ଗ୍ରୋସରି ଓ ପରିବା ଦୋକାନ ଖୋଲା ରହିବ । ସରକାର ଆବଶ୍ୟକ ମୁତାବକ ସମସ୍ତ ସାମଗ୍ରୀ ମହଜୁଦ ରଖିଛନ୍ତି । ଏଣୁ ଲୋକେ ଅଯଥା ବ୍ୟସ୍ତ ନ ହୋଇ ସରକାରଙ୍କ ନିୟମ ମାନିବା ଉଚିତ୍ । ସେହିପରି ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ମହଜୁଦ ରହିଛି । ସମସ୍ତ କଟକଣାକୁ ମାନିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଏସଆରସି ।