୯ଟି ସହରରେ ଖୁବଶୀଘ୍ର ମିଳିବ ସ୍ପୁଟ୍‌ନିକ୍‌-୫ ଟିକା

ନୂଆଦିଲ୍ଲୀ,ଏଜେନ୍ସି: ରୁଷୀୟ କମ୍ପାନୀ ଆରଡିଆଇଏଏଫ୍ (ରଷିଆନ୍ ଡାଇରେକ୍ଟ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ୍‌)ର ମିଳିତ ସହଯୋଗରେ ହାଇଦ୍ରାବାଦ ସ୍ଥିତ ଡଃ ରେଡିଜ୍ ଲାବୋରଟୋରୀ ସ୍ପୁଟ୍‌ନିକ୍‌-୫ ଟିକା ପ୍ରସ୍ତୁତ କରୁଛି। ଚଳିତବର୍ଷ ସୁଦ୍ଧା ୧୨.୫ କୋଟି ଟିକା ଉତ୍ପାଦନ କରିବାକୁ କମ୍ପାନୀ ଲକ୍ଷ୍ୟଧାର୍ଯ୍ୟ କରିଛି। ହାଇଦ୍ରାବାଦରେ ଏହି ଟିକାର ପ୍ରାରମ୍ଭିକ ବଜାର ପ୍ରବେଶ ହୋଇସାରିଥିବାବେଳେ ଖୁବଶୀଘ୍ର ଦେଶର ଅନ୍ୟ ୯ଟି ସହରରେ ଏହା ଉପଲବ୍ଧ ହେବ ବୋଲି ଜଣାପଡିଛି।

ଏହି ସହରଗୁଡିକ ହେଲା ନୂଆଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ବିଶାଖାପାଟଣା, ବାଡ୍ଡି (ହିମାଚଳ ପ୍ରଦେଶ), ମିର୍ଯ୍ୟାଲାଗୁଡା (ଆନ୍ଧ୍ରପ୍ରଦେଶ) ଓ କୋହ୍ଲାପୁର। ଏହି ଟିକାକୁ (-୧୮) ଡିଗ୍ରୀ ତାପମାତ୍ରାରେ ରଖିବାକୁ ପଡିଥାଏ। ତେଣୁ ଏହି ୯ଟି ସହରରେ ଆବଶ୍ୟକ ଲଜିଷ୍ଟିକ୍ ବ୍ୟବସ୍ଥା ଉପଲବ୍ଧ ହେବାପରେ ସେଠାକୁ ଟିକା ପଠାଯିବ ବୋଲି ଡଃ ରେଡିଜ୍ ଲାବ୍ ପକ୍ଷରୁ କୁହାଯାଇଛି।