ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ୩୦ଟି ଜିଲ୍ଲାର ୧୦୧ଟି ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହି ବିଦ୍ୟାଳୟମାନଙ୍କରେ ପ୍ରଥମ ଶ୍ରେଣୀରୁ ଇଂଲିସ୍ ମିଡିୟମ ସେକ୍ସନ ଖୋଲାଯିବ। ଏହି ବିଦ୍ୟାଳୟଗୁଡିକର ସଫ୍ଟ ଇନଫାଷ୍ଟ୍ରକଚର୍ ଆବଶ୍ୟକତା ପୂରଣ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ।
ରାଜ୍ୟର ସବୁ ବିଦ୍ୟାଳୟରେ ପ୍ରତମ ଶ୍ରେଣୀରୁ ସ୍ପୋକନ ଇଂଲିସ ଶିକ୍ଷା ଦିଆଯିବ। ଛାତ୍ରଛାତ୍ରୀମାନଙ୍କର ଆଧାର ସିଡିଂ ସୁନିଶ୍ଚିତ କରାଯିବ।ପ୍ରଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ସର୍ବତ୍ର ଆବଶ୍ୟକତା ଭିତ୍ତିରେ ଶିକ୍ଷକମାନଙ୍କୁ ମୁତୟନ କରାଯିବ।
୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟଗୁଡିକୁ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ମିଶାଇ ଦେବା ଏବଂ ପିଲାମାନଙ୍କୁ ସେହି ସରକାରୀ ସ୍କୁଲରେ ଭର୍ତ୍ତି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ ଅନ୍ୟ ସ୍କୁଲକୁ ସ୍ଥାନାନ୍ତରିତ ହେବାକୁ ଥିବା ପିଲାମାନଙ୍କୁ ଆଇନ ଅନୁଯାୟୀ ଯାତାୟାତ ଖର୍ଚ୍ଚ ଦିଆଯିବ। ଏହି ସ୍ଥାନାନ୍ତର ଭତ୍ତା ବାବଦରେ ସର୍ବାଧିକ ୫ ହଜାର ଟଙ୍କା ଦିଆଯିବ।