ଡାଇକିନ୍ ପକ୍ଷରୁ ସ୍ପ୍ଲିଟ୍ ଏସିର ବଜାର ପ୍ରବେଶ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଡାଇକିନ୍ ଏୟାର କଣ୍ଡିସନିଂ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏକ ସ୍ପ୍ଲିଟ୍ ଏସିକୁ ଉନ୍ମୋଚନ କରାଯାଇଛି। ଏହାର ଦାମ୍ ହେଉଛି ୧୬,୪୦୦ ଟଙ୍କା। ଗ୍ରାହକମାନେ ଏହି ଦାମ୍ ଉପରେ ଟିକସ ଦେଇ ଏସିକୁ କିଣିପାରିବେ। କମ୍ପାନୀର ୯୫ତମ ବାର୍ଷିକୀ ଅବସରରେ ଏହି ଏସିକୁ ଉନ୍ମୋଚନ କରାଯାଇଛି।

ନୂଆ ଜିଟିଏଲ୍ ୨୮-୩ ଷ୍ଟାର୍ଟ ଅଣଇନଭର୍ଟର ଏସି ଭାରତୀୟ ବଜାରରେ ବଡ଼ଧରଣର ପରିବର୍ତ୍ତନ ଆଣିପାରିବ ବୋଲି ଆଶା କରାଯାଉଛି। ଏକ ହେୟାର ଡ୍ରାୟର ଏବଂ ମାଇକ୍ରୋୱେଭ୍ ଦରକାର କରୁଥିବା ବିଦ୍ୟୁତ ଶକ୍ତିଠାରୁ କମ୍ ବିଜୁଳିରେ ଏହି ଏସି କାମ କରିବ। ଘର ଏବଂ ଅଫିସରେ ୧୦୦ ବର୍ଗଫୁଟ ସ୍ଥାନକୁ ବିଚାରକୁ ନେଇ ଡାଇକିନ୍ ଏହି ନୂତନ ଏସିକୁ ପ୍ରସ୍ତୁତ କରିଛି। ପ୍ରତି ବର୍ଗର ଗ୍ରାହକ ଏହି ଏସିକୁ କିଣି ନିଜ ଘରେ ଲଗାଇପାରିବେ। ଏହି ଏସିରେ ପେଟେଣ୍ଟ ହୋଇଥିବା ଏଚଏଫସି ୩୨ ରେଫ୍ରିଜେରାଣ୍ଟ୍ ରହିଛି। ଏହାସହିତ ଗ୍ରାହକମାନେ ୱେରଲେସ୍ ରିମୋଟ୍ ପାଇପାରିବେ। ଏଥିରେ ଏକ ପାୱାର ଚିଲ୍ ବଟନ ମଧ୍ୟ ରହିଛି।

ଏ ସମ୍ପର୍କରେ ଡାଇକିନ୍ ଇଣ୍ଡିଆର ଏମ୍ଡି ଓ ସିଇଓ ତଥା ବୋର୍ଡର ସଦସ୍ୟ ଏବଂ ଆଞ୍ଚଳିକ ମହାପ୍ରବନ୍ଧକ (ଏସି ବ୍ୟବସାୟ-ଭାରତ ଏବଂ ପୂର୍ବ ଆଫ୍ରିକା) କେଜେ ଜାୱା କହିଛନ୍ତି ଯେ, “ମେକ୍ ଇନ୍ ଇଣ୍ଡିଆ ଉତ୍ପାଦ ପାଇଁ ଡାଇକିନ୍ ରେ ଆମର ଏକ ଲକ୍ଷ୍ୟ ରହିଛି, ଯାହା ପ୍ରତିଟି ଭାରତୀୟଙ୍କ ଆବଶ୍ୟକତା ପୂରଣ କରିବାରେ ସକ୍ଷମ ହେବ। ଡାଇକିନ୍ ର ଜିଟିଏଲ୍ ୨୮ ଏସି ଲୋକଙ୍କୁ କୁଲରରୁ ଆଗକୁ ବଢ଼ି ଏସି ନେବାର ସୁଯୋଗ ପ୍ରଦାନ କରିବ। ଏହା ଦ୍ୱାରା ସେମାନଙ୍କ ବିଦ୍ୟୁତ ଖର୍ଚ୍ଚ ବଢ଼ିବ ନାହିଁ।