ମାନସିକ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଉ

ଝାରସୁଗୁଡ଼ା, ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନରେ ମାନସିକ ରୋଗୀ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ୱାର୍ଡ ଖୋଲିବା ଲାଗି ଭାରତୀୟ ଜନତା ପାର୍ଟିର ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଦାବି କରିଛନ୍ତି । ନିକଟରେ ଜଣେ ମାନସିକ ରୋଗୀ ମୁଖ୍ୟ ଡାକ୍ତରଖାନାର ବିଭିନ୍ନ ୱାର୍ଡରେ ବୁଲି ବୁଲି ଡଷ୍ଟବିନରୁ ଖାଦ୍ୟ ସଂଗ୍ରହ କରି ଖାଉଥିବାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଜିଲ୍ଲା ମୁଖ୍ୟଚିକିତ୍ସାଲୟରେ ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଯୋଗୁଁ ଜଣେ ମାନସିକ ରୋଗୀ ଡଷ୍ଟବିନରୁ ଖାଦ୍ୟ ଗୋଟାଇ ଖାଇବା ସମସ୍ତଙ୍କୁ ବିଚଳିତ କରିଛି ବୋଲି ଶ୍ରୀ ତ୍ରିପାଠୀ କାହିଛନ୍ତି । ତେଣୁ ଏହି ଘଟଣାର ତଦନ୍ତ କରାଇବା ସହ ମାନସିକ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରି ଆଟେଣ୍ଡାଣ୍ଟ ଓ ସୁରକ୍ଷା କର୍ମୀ ନିଯୁକ୍ତି ଦିଗରେ ପଦକ୍ଷେପ ଗ୍ରହଣ କରିବା ଲାଗି ଟଙ୍କଧର ରାଜ୍ୟ ସରକାର, ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ନିବେଦନ କରିଛନ୍ତି ।