ନୂଆଦିଲ୍ଲୀ: କେନ୍ଦ୍ର ସରକାର ୫ଦିନ ସ୍ୱତନ୍ତ୍ର ଅଧିବେସନ ଡାକିଛନ୍ତି । ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ସଂସଦର ବିଶେଷ ଅଧିବେସନ ଚାଲିବ । ଗଣେଶ ଚତୁର୍ଥୀରେ ନୂଆ ସଂସଦର ଉଦଘାଟନ ହେବ । ସେପ୍ଟେମ୍ବର ୧୮ରେ ବିଶେଷ ଅଧିବେସନ ସଂସଦର ପୁରୁଣା ବିଲ୍ଡିଂରେ ଚାଲିବ । ସେପ୍ଟେମ୍ବର ୧୯ରୁ ୨୨ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଧିବେସନ ସଂସଦର ନୂଆ ବିଲ୍ଡିଂରେ ହେବ।
ସୂଚନାଯୋଗ୍ୟ, ସ୍ୱତନ୍ତ୍ର ଅଧିବେସନରେ ସରକାର ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଉପରେ ବିଲ ଆଣିପାରେ । ଏହାବ୍ୟତୀତ ଅନେକ ବିଲକୁ ନେଇ ସରକାର ସ୍ୱତନ୍ତ୍ର ଅଧିବେସନରେ ଉପସ୍ଥାପନ କରିପାରେ । ଏକ ଦେଶ ଏକ ଭୋଟିଂ ଉପରେ ଗୃହମନ୍ତ୍ରୀ ଅମିତ ଶାହ ଆଜି ବୈଠକ କରିବେ । ଶାହ ଓ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘବାଲ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ ।