ପ୍ରଥମ ଥର ପାଇଁ ଭୁବନେଶ୍ୱର ଏମ୍ସରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ଏମ୍ସରେ ପ୍ରଥମଥର ପାଇଁ ସମ୍ପୂର୍ଣ୍ଣ ହାର୍ଟ ବ୍ଲକ୍ ଥିବା ରୋଗୀଙ୍କର ମାଇକ୍ରୋ ଲିଡଲେସ ପେସମେକର ପ୍ରତିରୋପଣ କରାଯାଇଛି। ହୃଦରୋଗ ବିଶେଷଜ୍ଞ ଡାକ୍ତର ଦେବାଶିଷ ଆଚାର୍ଯ୍ୟ ଏବଂ ଇଲେକ୍ଟ୍ରୋ ଫିଜିଓଲୋଜିଷ୍ଟ ଡାକ୍ତର ଦେବାଶିଷ ଦାସ ପ୍ରଥମ ଥର ପାଇଁ ଭୁବନେଶ୍ୱର ଏମ୍ସରେ ଏଭଳି ବିରଳ ଅସ୍ତ୍ରୋପଚାର କରିବାରେ ସଫଳ ହୋଇଛନ୍ତି।

ରୋଗୀର ଛାତିରେ ସାଧାରଣ ପେସମେକର ଲଗାଇବାରେ ଅସୁବିଧା ଥିବାରୁ ଏଭଳି ଲିଡଲେସ ପେସମେକର ଲଗାଯାଇଛି। ଏଭଳି ପ୍ରତିରୋପଣରେ ୧୦ରୁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏମ୍ସ ପକ୍ଷରୁ ରୋଗୀଙ୍କୁ ରିହାତି ମୂଲ୍ୟରେ ଦିଆଯାଇଥିବା ସୂଚନା ମିଳିଛି। ଏଭଳି ସଫଳ ପ୍ରତିରୋପଣ ପାଇଁ ଡାକ୍ତରୀ ଟିମକୁ ସମସ୍ତେ ଶୁଭଚ୍ଛୋ ଜଣାଇଛନ୍ତି। ବର୍ତ୍ତମାନ ରୋଗୀର ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଡାକ୍ତର ସୂଚନା ଦେଇଛନ୍ତି।