ପୁଣି ଆସନ୍ତାକାଲି ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବୀ କଲେ ବାଚସ୍ପତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତାକାଲି ଯାଏଁ ମୁଲତବି ରହିଲା ବିଧାନସଭା। ଆସନ୍ତାକାଲି ସ୍କୁଲ ସମ୍ପର୍କିତ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା ହେବ। ସରକାରୀ ଦଳ ମୁଖ୍ୟ ସଚେତକ ବିଧାନସଭାରେ ପ୍ରସ୍ତାବ ଆଣିବେ। ଏ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି।

ଆଜି ବିଧାନସଭାରେ ହାଜତ ମୃତ୍ୟୁ, ସ୍କୁଲ ବନ୍ଦ ପ୍ରସଙ୍ଗ ନେଇ ହୋହାଲ୍ଲା ଦେଖିବାକୁ ମିଳିଥିଲା। ସ୍କୁଲ ବନ୍ଦ ହେଲେ ବିଧାନସଭାରେ ଆତ୍ମହତ୍ୟା କରିବେ ବୋଲି ବିଧାୟକ ତାରା ପ୍ରସାଦ ବାହିନୀ ପତି କହିଥିଲେ। ଗୃହରେ ଅଧିକ ହଟ୍ଟଗୋଳ ହେବାରୁ ବାଚସ୍ପତି ଗୃହକୁ ଆସନ୍ତା କାଲିକୁ ମୁଲତବୀ କରିଦେଇଛନ୍ତି।