ବିରୋଧୀ ନେତାଙ୍କୁ କ୍ଷମା ମାଗିଲେ ବାଚସ୍ପତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଧାନସଭା ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର ମଙ୍ଗଳବାର ବିରୋଧୀ ନେତା ପ୍ରଦୀପ କୁମାର ନାୟକଙ୍କୁ କ୍ଷମା ମାଗିଛନ୍ତି। ତେବେ ପଞ୍ଚାୟତ ମହିଳା ଅଧିକାରୀଙ୍କ ରହସ୍ୟମୟ ମୃତ୍ୟୁ ସମ୍ପର୍କରେ ସୋମବାର ଶ୍ରୀ ନାୟକ କହିବାକୁ ଯାଉଥିବା ବେଳେ ବାଚସ୍ପତି ତାଙ୍କୁ ସୁଯୋଗ ନ ଦେଇ ମଞ୍ଚକୁ ସ୍ଥଗିତ କରିଦେଇଥିଲେ। ଫଳରେ ବିରୋଧୀ ନେତା ବାଚସ୍ପତିଙ୍କ ବିରୋଧରେ ତାଙ୍କୁ କହିବାକୁ ଅନୁମତି ଦେଇନଥିବା ଅଭିଯୋଗ ଆଣିଥିଲେ।

ଏ ନେଇ ବାଚସ୍ପତି ଆଜି ସଦନ ଆରମ୍ଭରେ ଶ୍ରୀ ନାୟକଙ୍କୁ କ୍ଷମା ମାଗିଛନ୍ତି। ମୁଁ ବୁଝିପାରିଲି ନାହିଁ ଯେ ତମେ କାଲି କ’ଣ କହୁଥିଲ, ତେବେ ଆଜି ମୁଁ ଏହା ବୁଝିବା ପରେ ଦୁଖିଃତ ବୋଲି କହିଥିଲେ।

ସୂଚନା ଅନୁସାରେ ଯାଜପୁର ଜିଲ୍ଲାର ଜଣେ ପିଇଓଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ପାଇଁ ବିଜେପି ନେତାମାନେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଦୁଇଦିନ ଧରି ଆନ୍ଦୋଳନ କରିଥିଲେ। ପରେ ସେ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଦେଖା କରି ସୋମବାର ସଦନରେ କଥା ରଖିବା ପଇଁ କହିଥିଲେ।

ପରେ ବିଜେପି ନେତା ମାନେ ଅଧିବେଶନର ଦ୍ୱିତୀୟ ହାୱାରରେ ଯୋଗଦେଇ ସେମାନଙ୍କ ପ୍ରସଙ୍ଗ ଉପସ୍ଥାପନ କରିବାକୁ ଯାଇଥିଲେ। ଏହି ସମୟରେ ନେତା ପ୍ରଦୀପ ନାୟକ ସ୍ମିତାରାଣୀଙ୍କ ହତ୍ୟା ମାମଲା ଉଠାଇବାକୁ ଯାଉଥିବା ବେଳେ ବାଚସ୍ପତି ହଠାତ୍ ତାଙ୍କ କଥା ନ ଶୁଣି ମଞ୍ଚକୁ ସ୍ଥଗିତ କରିଦେଇଥିଲେ।