ପୂର୍ବତନ ବିଧାୟକମାନଙ୍କୁ ସରକାରୀ କ୍ୱାର୍ଟର୍ସ ଛାଡ଼ିବାକୁ ବାଚସ୍ପତିଙ୍କ ଚେତାବନୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସରକାରୀ ଘରଛାଡିନଥିବା ବିଧାୟକଙ୍କୁ ତୁରନ୍ତ କ୍ୱାର୍ଟର୍ସ ଛାଡିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ନଚେତ ବିଜୁଳି ଓ ପାଣି ସଂଯୋଗ କଟାଯିବ ବୋଲି କହିଛନ୍ତି । ତେବେ ବେଆଇନ ଭାବେ ୨୬ ଜଣ ପୂର୍ବତନ ବିଧାୟକ ସରକାରୀ ଘର ମାଡି ବସିଥିବାଜଣାପଡିଥିଲା ।

ଗତ ଜୁନ୍‌ ମାସରୁ ଆଲଟମେଣ୍ଟ ବାତିଲ୍‌ ହୋଇଥିଲାବେଳେ ବିଧାୟକମାନେ ସରକାରୀ ଘର ଛାଡ଼ି ନାହାନ୍ତି । ଘର ଛାଡିନଥିବା ୨୬ ଜଣ ପୂର୍ବତନ ବିଧାୟକଙ୍କ ମଧ୍ୟରେ ରହିଛନ୍ତି ବିଜେପି ରାଜ୍ୟ ସଭାପତି ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଦାମ ରାଉତ, ନନ୍ଦିନୀ ଦେବୀ, ପ୍ରଭାତ କୁମାର ତ୍ରିପାଠୀ, ପୂର୍ବତନ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ପୁଷ୍ପେନ୍ଦ୍ର ସିଂଦେଓ, ସଂଜୟ ଦାସ ବର୍ମା, ଭୁଜବଳ ମାଝୀ, ଦେବାଶିଷ ନାୟକ, ଗୋଲକ ବିହାରୀ ନାୟକ, କିଶୋର ତରାଇ, ମହେଶ ସାହୁ, ନୀତିଶଗଙ୍ଗଦେବ, ରମେଶ ମାଝୀ, ସଞ୍ଜୀବ ସାହୁ, ସରୋଜିନୀ ହେମ୍ବ୍ରମ, ଝିନ ହିକ୍‌କା ଭଳି ବରିଷ୍ଠ ନେତା କ୍ୱାର୍ଟର୍ସ ଛାଡ଼ି ନାହାନ୍ତି ।