ଫୁଲବାଣୀରେ ଇସ୍ରୋ ପକ୍ଷରୁ ସ୍ପେସ୍ ଅନ୍ ଭେଇକିଲ କାର୍ଯ୍ୟକ୍ରମ

କନ୍ଧମାଳ,ଏନଏନଏସ: ଫୁଲବାଣୀରେ ସ୍ପେସ୍ ଅନ ଭେଇକିଲ କାର‌୍ୟ୍ୟକ୍ରମ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଠାରେ ଥିବା ଭାରତୀୟ ମହାକାଶ ଗବେଷଣାକେନ୍ଦ୍ର (ଇସ୍ରୋ) ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ମହାକାଶ ବିଜ୍ଞାନ ଦିଗରେ ଛାତ୍ରଛାତ୍ରୀ ମାନଙ୍କୁ ଆକର୍ଷିତ କରିବାପାଇଁ ଏବଂ ମହାକାଶ ବିଜ୍ଞାନ ଦ୍ୱରା ମାନବ ସମାଜର ଉପକାର ବିଷୟରେ ବୁଝାଇବାପଇଁ ଏକ ମହାକାଶ ବିଜ୍ଞାନ ପ୍ରଦର୍ଶନୀ. କାର‌୍ୟ୍ୟକ୍ରମ ଦେଶର ମହାନ ବୈଜ୍ଞାନିକ ବିକ୍ରମ ସରାଭାଇଙ୍କ ଜନ୍ମ ଶତ ବାର୍ଷିକୀ ପାଳନ ଅବସରରେ କରାଯାଇଛି।

ଏହି କାର‌୍ୟ୍ୟକ୍ରମ କନ୍ଧମାଳ ଜିଲା ସଦରମହକୁମା ଫୁଲବାଣୀଠାରେ ଇସ୍ରୋର ବୈଜ୍ଞାନିକ ଅଭିମନ୍ୟୁ ମଲ୍ଲିକଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା. ଏହି କାର‌୍ୟ୍ୟକ୍ରମକୁ ଫୁଲବାଣୀର ବିଜ୍ଞାନ କର୍ମିୀ ତଥା ଆଇନଜୀବି ବିଜୟକୃଷ୍ଣ ପଟ୍ଟନାୟକ ଉଦଘାଟନ କରିଥିଲେ. ସ୍ଥନୀୟ କରୋନେସନ ପଡିଆଠାରେ ଆୟୋଜିତ ଏହି କାର‌୍ୟ୍ୟକ୍ରମରେ ଖଜୁରିପଡା ବ୍ଳକ ଅଧ୍ୟକ୍ଷ ବିରେନ୍ଦ୍ର କହଁର, ଜିଲା ବିଜ୍ଞାନ ନିରୀକ୍ଷକ ଅଶୋକ କୁମାର ପାତ୍ର ଓ କୈଳାସ ଚନ୍ଦ୍ର ସ୍ୱାଇଁଙ୍କ ସମେତ ସନ୍ତୋଷ କୁମାର ରଥ ଏବଂ ମହମ୍ମଦ ଜାକିର ଉଲ୍ଲା ଖାଁ ମଧ୍ୟ ଉପସ୍ଥିତ ଥିଲେ ।

ଅକ୍ଟୋବର ୮ତାରିଖ ଏବଂ ୯ତାରିଖରେ ହୋଇଥିବା ଏହି ଦୁଇଦିନିଆ କାର‌୍ୟ୍ୟକ୍ରମରେ ଫୁଲବାଣୀ ଏବଂ ଆଖାପାଖର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀ ମାନେ ଇସ୍ରୋ ଦ୍ୱାରା ଆୟୋଜନ କରାଯାଇଥିବା ଏକ ବସ ଭିତରେ ଏହି ପ୍ରଦର୍ଶନୀରେ ମହାକାଶ ବିଜ୍ଞାନ ଏବଂ ମହାକାଶ ଯାନ ପ୍ରସ୍ତୁତି ତଥା ପ୍ରକ୍ଷେପଣର ପ୍ରକ୍ରିୟା ଓ ମହାକାଶ ବିଜ୍ଞାନ ଦ୍ୱାରା କିଭଳି ମନୁଷ୍ୟ କାର‌୍ୟ୍ୟଧାରା ୨ର ୨ର ମିଳୁଛି ଚନ୍ଦ୍ରଯାନ ଚନ୍ଦ୍ରଯାନ ୨ର ୨ର ମଙ୍ଗଳଯାନର ଉପ ଯୋଗୀତା ଭଳି ଅନେକ ମହାକାଶ ବିଜ୍ଞାନ ବିଷୟରେ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ବୈଜ୍ଞାନିକ ଅଭିମନ୍ୟୁ ମଲ୍ଲିକ ବୁଝାଇଥିଲେ।